ଆଉ ଏକ ଛାତି ଥରା ହତ୍ୟାକାଣ୍ଡ, ପ୍ରେମିକାଙ୍କୁ ରେଞ୍ଚିରେ ପିଟିପିଟି ହତ୍ୟା କଲା ନୃଶଂସ ପ୍ରେମିକ

Published By : Prameya-News7 Bureau | June 18, 2024 IST

ମୁମ୍ବାଇ: ଆଉ ଏକ ଲୋମହର୍ଷକ ହତ୍ୟାକାଣ୍ଡ। ପ୍ରେମିକାକୁ ପିଟିପିଟି ହତ୍ୟା କଲା ନୃଶଂସ ପ୍ରେମିକ। ଦେଖଣାହାରୀ ପାଲଟିଥିଲେ ଲୋକେ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମୁମ୍ବାଇରେ। ଏହି ପ୍ରେମିକ ଜଣକ ନିଜ ବିଚ୍‌ ରାସ୍ତାରେ ହିଁ ପ୍ରେମିକାଙ୍କୁ ରେଞ୍ଚିରେ ପିଟିପିଟି ହତ୍ୟା କରିଛି। ହତ୍ୟାର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି।

ସୂଚନା ଅନୁଯାୟୀ, ଘଟଣା ମୁମ୍ବାଇ ବସଇ ଅଞ୍ଚଳରେ ସକାଳ ୮ଟାରେ ଘଟିଛି। ସବୁଦିନ ପରି ୨୦ ବର୍ଷୀୟ ଆରତୀ ଯାଦବ କାମ ପାଇଁ ଘରୁ ବାହାରିଥିଲେ। ଏହି ସମୟରେ ଆରତୀଙ୍କୁ ପିଛା କରୁଥିବା ବଏଫ୍ରେଣ୍ଡ୍ ରୋହିତ ହଠାତ୍‌ ଏକ ରେଞ୍ଚିରେ ମୁଣ୍ଡକୁ ଆକ୍ରମଣ କରିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ ଆରତୀ। ଆଉ ଏହା ପରେ ହିଁ ପାଗଳଙ୍କ ଭଳି ଆରତୀଙ୍କ ମୁଣ୍ଡକୁ ପିଟିଚାଲିଥିଲା ଅଭିଯୁକ୍ତ। ଅନେକ ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମାତ୍ର ସେମାନେ କେବଳ ଦେଖଣାହାରୀ ପାଲଟିଥିଲେ। ଅବଶ୍ୟ ଦୁଇ ଜଣ ଯୁବକ ଆରତୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ମାତ୍ର ରୋହିତ ତାଙ୍କୁ ମଧ୍ୟ ରେଞ୍ଚି ଦେଖାଇ ଡରାଇଦେଇଥିଲେ। ଉଭୟ ଯୁବକ ପଛକୁ ହଟିଯାଇଥିଲେ।

ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ମାତ୍ର ପୋଲିସ ଖୁବ୍‌ ଶୀଘ୍ର ତାଙ୍କୁ ଗିରଫ କରିଥିଲା। ପୋଲିସକୁ ରୋହିତ କହିଛି ଯେ, ଆରତୀ ତାଙ୍କ ସହ ବିଶ୍ବାସଘାତ କରୁଥିଲା। କିନ୍ତୁ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆରତୀ ତାଙ୍କ ସହ ବ୍ରେକଅପ୍‌ କରିନେଇଥିଲେ ଏବଂ ଅନ୍ୟ କାହା ସହ ରିଲେସନରେ ଥିଲେ। ଯେଉଁଥିରେ କ୍ଷୁବ୍ଧ ହୋଇଉଠିଥିଲା ରୋହିତ୍‌। ଆଉ ଆରତୀଙ୍କୁ ନୃଶଂସ ଭାବରେ ହତ୍ୟା କରିଥିଲା। ବର୍ତ୍ତମାନ ଅଭିଯୁକ୍ତ ପୋଲିସ ହେପାଜତରେ ଅଛି। ମୃତକଙ୍କ ଶବକୁ ପୋଷ୍ଟମର୍ଟ ପାଇଁ ପଠାଯାଇଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଜାରି ରଖିଛି। 

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମେ ମାସରେ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ସାମ୍‌ନାକୁ ଆସିଥିଲା।  ଯେଉଁଠାରେ ଜଣେ ନାବାଳିକାଙ୍କୁ ଏକାଧିକ ଥର ଛୁରୀ ଭୁସି ହତ୍ୟା କରିଥିଲା ପ୍ରେମିକ। ଦିଲ୍ଲୀ ଶାହବାଦ ଡେରୀ ଅଞ୍ଚଳରେ ଘଟିଥିବା ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୋଲିସର ସୂଚନା ଅନୁଯାୟୀ, ନାବାଳିକାଙ୍କୁ ୪୦ ଥର ଛୁରୀ ଭୁସିଥିଲା। ଆହୁରି ମଧ୍ୟ ପଥରରେ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ ସାହିଲ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.