ମେହେନ୍ଦିରେ ମୃତ୍ୟୁ ରହସ୍ୟ : ମେହେନ୍ଦିରେ ସୁଈସାଇଡ ନୋଟ ଲେଖି ୩ ମହଲା ଛାତରୁ ଡେଇଁପଡ଼ିଲେ ଯୁବତୀ

Published By : Prameya-News7 Bureau | December 31, 2018 IST

ଫରିଦାବାଦ ୩୧/୧୨ : ବଡ଼ଖଲ ଗାଁ ପାଖରେ ଥିବା ଏକ କଲୋନୀରେ ଜଣେ ଯୁବତୀ ଛାତରୁ ଡେଉଁ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି | ଶନିବାର ଦିନ ୨୧ ବର୍ଷ ବୟସ୍କା ଯୁବତୀ ପ୍ରେମରେ ବିଫଳ ହୋଇ ଘରର ତୃତୀୟ ମହଲା ଛାତରୁ ଦେଇଥିଲେ | ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା | ଯୁବତୀ ଛାତରୁ ଡେଇଁବା ପୂର୍ବରୁ ଏକ ସୂଈସାଇଡ ନୋଟ ଲେଖିଥିଲା | ସୂଈସାଇଡ ନୋଟ ଆଧାରରେ ପୋଲିସ ଘଟଣାର ଯାଞ୍ଚ କରୁଛି |


ସୂଚନାଯୋଗ୍ୟ ଯେ, ଯୁବତୀଙ୍କ ପରିବାର ଲୋକେ ପାଟଣାରେ ରୁହନ୍ତି | ତାଙ୍କ ବାପା ଜଣେ ବ୍ୟବସାୟୀ | ଯୁବତୀ ପାଟଣାରେ ହିଁ ସ୍ନାତକ କରିଥିଲେ | କଲେଜରେ ପଢିବାବେଳେ ଯୁବତୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା | ପ୍ରେମରେ ପଡିଥିବା ଯୁବତୀଙ୍କୁ ଯୁବକ ବିବାହ କରିବାର ପ୍ରତିଶୃତି ଦେଇଥିଲା | କିନ୍ତୁ ପରେ ସେ ଦେଇଥିବା ପ୍ରତିଶୃତିରୁ ଓହରି ଯାଇଥିଲା | ଯାହାଫଳରେ ଯୁବତୀ ଭାଙ୍ଗି ପଡ଼ିଥିଲେ |

ଏଥିପାଇଁ ସେ ସବୁବେଳେ ଚୁପଚାପ ରହୁଥିଲେ | କାହା ସହ କଥାବାର୍ତ୍ତା କରୁନଥିଲେ | ଫଳରେ ପରିବାରଲୋକେ ଚିନ୍ତିତ ହୋଇ ଯୁବତୀଙ୍କୁ ନେଇ ଫରିଦାବାଦ ପଳେଇ ଆସିଥିଲେ | ସେଠାରେ ଯୁବତୀ ପରିବାର ସହ ରହୁଥିଲେ | ଶନିବାର ଦିନ ଯୁବତୀ ୩ ମହଲା ଛାତ ଉପରୁ ଡେଇଁ ପଡ଼ିଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା |

ଯୁବତୀ ନିଜ ହାତରେ ଜଣେ ଯୁବକର ନାଁ ସହ ଏକ ମୋବାଇଲ ନମ୍ବର ଲେଖା ହୋଇଥିଲା | ସେ ଆହୁରି ଲେଖିଥିଲେ ଯେ, ଚଳିତ ବର୍ଷ ମେ ୨୮ ତାରିଖରେ ଯୁବକ ତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ କିନ୍ତୁ ନିଜେ ହିଁ ନିଜ ପ୍ରତିଶୃତି ଭାଙ୍ଗି ଦେଇଥିଲେ | ଯାହାଫଳରେ ସେ ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଛନ୍ତି | ତେବେ ଯୁବତୀ ଜଣକ ହାତରେ ମେହେନ୍ଦିରେ ସୁଈସାଇଡ ନୋଟ ଲେଖିଥିଲେ | ମେହେନ୍ଦି ଶୁଖିଯିବା ପରେ ତାଙ୍କ ହାତ ଧୋଇବାରୁ ସେ ଯାହା ଲେଖିଥିଲେ ତାହା ଦେଖା ଯାଇଥିଲା | ପୋଲିସ କହିବାନୁଯାୟୀ ଯୁବତୀ ଡେଇଁବାର ୩/୪ ଘଣ୍ଟା ପୂର୍ବରୁ ସୂଈସାଇଡ ନୋଟ ଲେଖିଥିଲେ | ହାତ ଧୋଇବା ପରେ ମେହେନ୍ଦିରେ ଲେଖା ଯାଇଥିବା ସୂଈସାଇଡ ନୋଟ ସ୍ପଷ୍ଟ ଦେଖାଯାଇଥିଲା |
ତେବେ ପରିବାରଲୋକେ ଏପର୍ଯ୍ୟନ୍ତ କାହା ବିରୋଧରେ ଅଭିଯୋଗ କରିନଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.