ବିଜେପି ସାଂସଦ ଦେଖାଇଥିଲେ ‘ଦ କେରଳ ଷ୍ଟୋରୀ’, ମୁସଲିମ୍ ପ୍ରେମିକ ସହ ହିନ୍ଦୁ ଯୁବତୀ ଫେରାର
7/06/2023 at 8:24 PM

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଭୋପାଳରେ ଜଣେ ହିନ୍ଦୁ ଯୁବତୀ ନିଜ ଘର ଛାଡି ମୁସଲିମ୍ ପ୍ରେମିକ ସହ ଚାଲିଯାଇଛନ୍ତି । ଏହି ଖବର ଏବେ ବେଶ ଚାର୍ଚ୍ଚାରେ ରହିଛି, କାରଣ ଏହାର କିଛି ଦିନ ପୂର୍ବରୁ ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ନିଜ ସହ ଧରି ଯୁବତୀଙ୍କୁ ଫିଲ୍ମ ଦ କରେଳ ଷ୍ଟୋରୀ ଦେଖାଇଥିଲେ ।
ମୁସଲିମ୍ ଯୁବକଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ନେଇ ବିଜେପି ସାଂସଦ ଜାଣିବାକୁ ପାଇଥିଲେ । ଏହାପରେ ସାଂସଦ ସେହି ଯୁବତୀଙ୍କୁ ପରାମର୍ଶ ଦେଇ ୟୁସୁଫଠାରୁ ଦୂରେଇ ରହିବାକୁ କହିଥିଲେ । ପରେ ନିଜ ସହ ଯୁବତୀଙ୍କୁ ଦ କେରଳ ଷ୍ଟୋର ଦେଖାଇବାକୁ ନେଇଥିଲେ ।
ପଢନ୍ତୁ: ସରକାରଙ୍କ ବଡ଼ ଘୋଷଣା, BSNLର ପୁନରୁଦ୍ଧାର ପାଇଁ ୯୦ ହଜାର କୋଟିର ପ୍ୟାକେଜ୍ ମଞ୍ଜୁରୀ
ତେବେ ଯୁବତୀଙ୍କୁ ବୁଝାଇବା ନେଇ ବିଜେପି ସାଂସଦଙ୍କ ଏହି ଉଦ୍ୟମ କାମ ଦେଇ ନଥିଲା । ମେ ୩୦ ଯୁବତୀଙ୍କ ବାହାଘର ମଧ୍ୟ ସ୍ଥିର ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଯୁବତୀ ଜଣକ ନିଜ ମୁସଲିମ୍ ପ୍ରେମିକଙ୍କ ସହ ଚାଲି ଯାଇଥିଲେ । ତେବଳ ଏତିକି ନୁହେଁ ବାହାଘର ପାଇଁ ରଖାଯାଇଥିବା ସୁନା ଅଳଙ୍କାରକୁ ମଧ୍ୟ ଯୁବତୀ ନେଇ ଚାଲିଯାଇଥିବା ପରିବାର ଅଭିଯୋଗ କରିଛନ୍ତି ।
ଭୋପାଳ କମଲା ନଗର ପୋଲିସ ଷ୍ଟେସନରେ ଏନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ୟୁସୁଫ ତାଙ୍କ ଝିଅକୁ ମିଠା ମିଠା କହି ଫସାଇବା ପରେ ଫେରାର କରି ନେଇଯାଇଛି । ଏହାସହ ୟୁସୁଫ ତାଙ୍କ ଝିଅ ନାଁରେ ବ୍ୟାଙ୍କ ଲୋନ ନେଇଛି ଏବଂ ଇଏମଆଇ ଭରିବା ପାଇଁ ବାଧ୍ୟ କରୁଛି । ପରିବାର ଲୋକଙ୍କ ଅଭିଯୋଗ ବିପରୀତରେ ଯୁବତୀ କହିଛନ୍ତି ଯେ ସେ ନିଜ ଇଚ୍ଛାରେ ୟୁସୁଫ ସହ ଆସିଛନ୍ତି ।
Also Read: ଭାରତ ବିରୋଧୀ ଏଜେଣ୍ଡା ଚଲାଉଥିବା ଲୋକଙ୍କ ହାତରେ BBC: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ