ରାଜନେତାଙ୍କ ପୁଅର ନିର୍ଯ୍ୟାତନାରେ ଅତିଷ୍ଠ ନାବାଳିକା : ନା ମାନେ ନା

Published By : Prameya-News7 Bureau | May 13, 2018 IST

ନିର୍ଯ୍ୟାତନା ଛଡାଇନେଲା ଶିକ୍ଷାର ଅଧିକାର | ରାଜନେତାଙ୍କ ପୁଅର ନିର୍ଯ୍ୟାତନା ସହିନପାରି ପାଠ ଛାଡି ଘରେ ବସିଛି ନାବାଳିକା | ଘଟଣାଟି ଉତ୍ତର ପ୍ରଦେଶର | ସେହି ଅଂଚଳର ବିଜେପି ନେତାଙ୍କ ପୁଅର ଏଭଳି କାନ୍ଦ ନାବାଳିକାର ଭବିଷ୍ୟତକୁ ଅନ୍ଧାର କରିଦେଇଛି | ଅଭିଯୁକ୍ତ ସୋସିଆଲ ମିଡ଼ିଆରେ ନାବାଳିକାକୁ ପ୍ରେମ ନିବେଦନ କରୁଛି | ନାବାଳିକାର ପରିବାର ଲୋକେ ବିରୋଧ କରିବାରୁ ହିଂସ୍ର ହେଇଯାଉଛି ନେତାଙ୍କ ପୁଅ | ନାବାଳିକାଙ୍କ ପରିବାର ଲୋକଙ୍କୁ ମାରପିଟ କରୁଥିବାର ମଧ୍ୟ ଅଭିଯୋଗ ଆସିଛି | ପରିବାର ଲୋକେ ଅଭିଯୁକ୍ତ ନାଁରେ ଥାନାରେ ଏତଲା ଦେଇଛନ୍ତି | ଘଟଣାରେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.