suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଥଣ୍ଡା ପାନୀୟରେ ନିଶା ଦେଇ କଲେଜ ଛାତ୍ରୀଙ୍କୁ ସିକ୍ୟୁରିଟି ଗାର୍ଡ କଲେ ଦୁଷ୍କର୍ମ

22/05/2019 at 8:41 AM

ଦିଲ୍ଲୀ ୨୨|୫: ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକ ନାମୀ ମହିଳା କଲେଜର ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । କଲେଜର ଗେଟ୍ କିପର (ସିକ୍ୟୁରିଟି ଗାର୍ଡ) ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି ।

ସୂଚନାଯୋଗ୍ୟ ଯେ, ଆଇପି ଇଷ୍ଟେଟ ସ୍ଥିତ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକ ନାମୀ ମହିଳା କଲେଜର ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରାଯାଇଛି । କଲେଜର ଗେଟ୍ କିପର (ସିକ୍ୟୁରିଟି ଗାର୍ଡ) ଥଣ୍ଡାପାନୀୟରେ ନିଶା ମିଶାଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିଛନ୍ତି । ପୀଡିତା ଛାତ୍ରୀଙ୍କ ହୋସ୍ ଆସିବା ପରେ ସେ ତାଙ୍କ ସାଙ୍ଗମାନଙ୍କୁ ଘଟଣା ସଂପର୍କରେ କହିଥିଲେ । ଏହା ପରେ ସାଙ୍ଗମାନଙ୍କ ସହ ସେ ନିକଟରେ ଥିବା ଏକ ଗୁରୁଦ୍ବାରକୁ ପଳାଇଯାଇଥିଲେ ।

ଘଟଣା ନେଇ ପୋଲିସ ଷ୍ଟେସନ ଯାଇ ଛାତ୍ରୀଜଣଙ୍କ ସିକ୍ୟୁରିଟି ଗାର୍ଡଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ମାମଲା ଦାୟର କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି । ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ କଲେଜରେ ଅସ୍ଥାୟୀ କର୍ମଚାରୀ  ଭାବେ କାମ କରୁଥିଲେ । ଦୁଷ୍କର୍ମ ଘଟଣା ୨୦୧୮ ମସିହା ଅଗଷ୍ଟ ମାସରେ ଘଟିଥିଲା । ମାତ୍ର୧୦ ଦିନ ପୂର୍ବରୁ ପୀଡିତା ଜଣଙ୍କ ଘଟଣାର ଖୁଲାସା କରିଛନ୍ତି । ଦୁଷ୍କର୍ମ ଘଟଣା ପରେ ପୀଡିତା ଜଣଙ୍କ ଡିପ୍ରେସନର ଶୀକାର ହୋଇଥିବା ଜଣାପଡିଛି ।

   Related Posts