ଫାର୍ସ ହାଉସ୍ ପୋଖରୀରୁ ମିଳିଲା ଛାତ୍ରୀଙ୍କ ମୃତଦେହ, ବିଳମ୍ବିତ ରାତିରେ ପଳାଇ ଆସିଥିଲେ ଘରୁ

Published By : Prameya-News7 Bureau | August 20, 2021 IST

ଭୁବନେଶ୍ବର ୨୦।୮: ଫାର୍ମ ହାଉସ୍ ରୁ ମିଳିଲା ଛାତ୍ରୀଙ୍କ ମୃତଦେହ । ମୃତ ଛାତ୍ରୀ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି । ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର-ରଘୁନାଥପୁର ରାସ୍ତା କଡରେ ଥିବା ଏକ ଫାର୍ମ ହାଉସରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଫାର୍ମ ହାଉସ୍ ରେ ଥିବା ଜଳାଶୟରୁ ମିଳିଛି ମୃତଦେହ । ମୃତ ଛାତ୍ରୀଙ୍କ ଘର ନୟାଗଡରେ ବୋଲି ଜଣାପଡିଛି । ଛାତ୍ରୀ ଜଣଙ୍କ ନିଜ ବାପା-ମା’ଙ୍କ ସହ ରଘୁନାଥପୁରରେ ରହୁଥିଲେ । ଛାତ୍ରୀଙ୍କ ବାପା ଜଣେ ପ୍ରଫେସର । ଜେଇଇର ଭଲ ରେଜଲ୍ଟ ହୋଇନଥିବାରୁ ସେ ଘରୁ ପଳାଇଆସିଥିବା କୁହାଯାଉଛି । ଝିଅ ଆତ୍ମହତ୍ୟା କରିଥିବା ବିଶ୍ବାସ ହେଉନି ବୋଲି ତାଙ୍କ ବାପା କହିଛନ୍ତି ।

ତେବେ ତାଙ୍କ ମୃତ୍ୟୁରୁ ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ । ଫାର୍ସ ହାଉସ୍ କୁ କେମିତି ଛାତ୍ରୀ ଜଙ୍କ ଆସିଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.