ଦୁର୍ଘଟଣାରେ କଲେଜ ଛାତ୍ରୀ ଆହତ, କଲେଜରେ ଛାତ୍ରଙ୍କ ଉତ୍ତେଜନା

Published By : Prameya-News7 Bureau | September 22, 2021 IST

ଭଦ୍ରକ ୨୨।୯: ଦୁର୍ଘଟଣାରେ କଲେଜ ଛାତ୍ରୀ ଆହତ । କଲେଜରେ ଉତ୍ତେଜନା । ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଦୁର୍ଘଟଣା ଶିକାର ହେବାକୁ ନେଇ ଛାତ୍ର ଉତ୍ତେଜନା ଦେଖାଦେଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଭାଙ୍ଗିଲେ ଉତ୍ତ୍ୟକ୍ତ ଛାତ୍ର । ଛାତ୍ରୀ ଜଣଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି ।

{"id":515723,"sizeSlug":"full","linkDestination":"none"}

ଭଦ୍ରକ କଲେଜକୁ ଏକ ସ୍କୁଟି ଯୋଗେ ଛାତ୍ରୀ ଜଣଙ୍କ ଆସୁଥିବା ସମୟରେ ଟ୍ରକଟି ଭଦ୍ରକ କଲେଜ ଗେଟ୍ ନିକଟରେ ଦୁର୍ଘଟଣା ଘଟାଇଥିଲା । କଲେଜ ମୁଖ୍ୟ ଫାଟକକୁ ତାଲା ପକାଇ ନାରାବାଜି ଦେଉଛନ୍ତି ଛାତ୍ର । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.