ବିଟିସି ପରୀକ୍ଷା ପୂର୍ବରୁ ବେକରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି ଏମିତି କଥା

Published By : Prameya-News7 Bureau | August 15, 2019 IST

ବରେଲି ୧୫|୮:  ବିଟିସି ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ଆସିଛି । ବେକରେ ରଶି ଲଗାଇ ଏହି ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଗତ କିଛି ଦିନ ହେବ ମୃତ ଛାତ୍ରୀ ମାନସିକ ଚାପରେ ଥିବା ଜଣାପଡିଛି । ଛାତ୍ରୀଙ୍କ ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ପୋଲିସ ଜବତ କରିଛି । ଏଥିରେ ଲେଖାଯାଇଛି ଯେ, ‘ଯାହା ପଢିଲେ ମଧ୍ୟ ମୋର କିଛି ମନେ ରହୁନାହିଁ ।

ଉତ୍ତରପ୍ରଦେଶ ବାରାଦରି ଥାନା ଅନ୍ତର୍ଗତ ଚନ୍ଦ୍ରଗୁପ୍ତ କଲୋନୀ ବାସିନ୍ଦା ୨୫ବର୍ଷ ବୟସ୍କା ଏହି ଛାତ୍ରୀଙ୍କ ନାଁ ଶିଳ୍ପୀପୁତ୍ରୀ ରଣବୀର । ସେ ଏମଏସସି ପାସ୍ କରିବା ପରେ ବିଟିସି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିଲେ । ଅଗଷ୍ଟ ୧୪ ତାରିଖରେ ତାଙ୍କର ପରୀକ୍ଷା ଥିଲା । ୧୩ତାରିଖ ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଛନ୍ତି ।

ମୃତ ଛାତ୍ରୀଙ୍କ ଭାଇ କହିଛନ୍ତି ଯେ, ପରୀକ୍ଷାକୁ ନେଇ ଶିଳ୍ପୀ ବହୁତ ଚିନ୍ତିତ ଥିଲେ । ସେଥିପାଇଁ ବୋଧେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି । ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.