ଘରୋଇ ଆବାସିକ କଲେଜ୍ରେ ଅଘଟଣ, ହଷ୍ଟେଲ ଛାତରୁ ଖସି ଛାତ୍ରୀ ମୃତ
19/05/2022 at 8:38 PM

ବାଲେଶ୍ୱର, ୧୯/୦୫: ବାଲେଶ୍ୱରରେ ଛାତରୁ ଖସି ଜଣେ କଲେଜ୍ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଏକ ଘରୋଇ ଆବାସିକ କଲେଜ୍ରେ ଏହି ଦୁର୍ଘଟଣା ଘଟିଛି । ଛାତ୍ରୀ ଜଣକ ହଷ୍ଟେଲ୍ର ଛାତ ଉପରୁ ଖସିପଡ଼ିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ମୟୁରଭଞ୍ଜ ବିଶୋଇ ଅଞ୍ଚଳର ସାବିତ୍ରୀ ବେହେରା ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ବାଲେଶ୍ୱର ସଦର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।