ହଲିଉଡ୍ ଗୀତ ଗାଉ ଗାଉ ହଠାତ୍‌ ଗାଇଲେ ବଲିଉଡ୍‌ ଗୀତ : ଝୁମିଲେ ବିଦେଶୀ ଜଜ୍, ଭାଇରାଲ ହେଉଛି ଭିଡିଓ..

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯/୦୯ : ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ  ଯେଉଁଠି ପ୍ରତିଦିନ କୌଣସି ନା କୌଣସି ଭିଡିଓ ଭାଇରଲ ହୋଇଥାଏ। ବ୍ୟକ୍ତିଙ୍କର ଲୁଚି ରହିଥିବା ପ୍ରତିଭାକୁ ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ କରୁଛନ୍ତି । ଆଉ ଯାହା ଭାଗ୍ଯରେ ଫେମସ ହେବାର ରହିଥାଏ, ସେମାନେ ଆପେ ଆପେ ପ୍ରଶଂସାର ପାତ୍ର ହୋଇଥାନ୍ତି। ଖୁବ୍‌ ଜଲଦି ଲୋକପ୍ରିୟ ହୋଇଯାନ୍ତି ।କିନ୍ତୁ ଏବେ ସୋସିଆଲ ମିଡିଆରେ ଏଭଳିଏକ ଭିଡିଓ ଖାଇରାଲ୍ ହୋଇଛି ଯାହା ଆଶ୍ଚର୍ଯ୍ୟ କରି ଦେଉଛି । ତେବେ ଏକ ବିଦେଶୀ ମଞ୍ଚରେ ଏମିତି ଏକ ଭିଡିଓ ଭାଇରଲ ହେଉଛି, ଯାହା ଭାରତୀୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି।

ଭିଡିଓଟି ଏକ ସିଙ୍ଗିଂ ରିଆଲିଟି ଶୋର। ଯାହାକି ତାହା ଭାରତର ନୁହେଁ ବରଂ ଅନ୍ଯ କେଉଁ ଦେଶର ଅଟେ। କିନ୍ତୁ ଏଥିରେ ଜଣେ ଛୋଟ ଝିଅ ଗୀତ ଗାଉଥିବାର ଦେଖିବାକୁ ମିଳିଛି। ଆଉ ଝିଅଟି ଇଂଲିଶ ଗୀତ ଗାଉ ଗାଉ ହଠାତ୍ ବଲିଉଡ ଗୀତ ଗାଇବାକୁ ଲାଗୁଛି। ଯାହାକୁ ଦେଖି ସେଠାରେ ବସିଥିବା ଜଜ୍ ମଧ୍ୟ ଚକିତ ହୋଇପଡୁଛନ୍ତି ।

wp:html
/wp:html

ଏହି ଭିଡିଓକୁ Indiastalents ନାମ ପେଜରେ ସେୟାର କରାଯାଇଛି। ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତେବେ ମଞ୍ଚ ଉପରେ ଝିଅଟି ଇଂଲିଶ ଗୀତ ଗାଉ ଗାଉ ହଠାତ୍ ‘ ପହଲୀ ନଜର ମେଁ’ ଗୀତ ଗାଉଥିବା ନଜର ଆସିଛନ୍ତି। ଯାହାକୁ ଶୁଣିବା ପରେ ଜଜମାନଙ୍କ ସହିତ ଦର୍ଶକ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯାଇଥିଲେ। କେବଳ ଏତିକି ନୁହେଁ, ଗୀତରେ ଶେଷର ଝିଅଟି ଯେପରି ଗୀତ ଶେଷ କରୁଛି, ଉପସ୍ଥିତ ଥିବା ଲୋକ ଓ ସୋସିଆଲ ମିଡିଆରେ ଥିବା ୟୁଜର୍ସ ମଧ୍ୟ ପ୍ରଶଂସା କରି କରି ଥକି ପଡୁଛନ୍ତି। ଭିଡିଓଟି ଯେଉଁ ମାତ୍ରାରେ ସେୟାର ହେଉଛି ସେହି ମାତ୍ରାରେ ଲାଇକ୍‌ ସେୟାର ମଧ୍ୟ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.