ଜଗତସିଂହପୁରରେ ରୋଷେଇବେଳେ ନିଆଁ ଲାଗି ଯୁବତୀ ଗୁରୁତର; କଟକ ସ୍ଥାନାନ୍ତର
4/11/2018 at 2:15 PM

ଜଗତସିଂହପୁର ୪/୧୧ : ଜଗତସିଂହପୁର ସଦର ଥାନା ଅନ୍ତର୍ଗତ କେନ୍ଦାଳ ଗାଁରେ ଘଟିଛି ଅଘଟଣ । ରୋଷେଇ କରୁଥିବା ବେଳେ ଚୁଲିରୁ ନିଁଆ ଲାଗି ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଯୁବତୀ କେନ୍ଦାଳ ଗାଁର ମାମାଲି ବେହେରା, ବୟସ୧୭ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ରୋଷେଇ କରୁଥିବା ବେଳେ ନିଆଁ ଲାଗି ଯାଇଥିବାର ପରିବାର ଲୋକେ କହୁଥିବା ବେଳେ ଯୁବତୀ ଜଣକ କୌଣସି କାରଣରୁ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ଶୁଣିବାକୁ ମିଳୁଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023