ଅନ୍ତିମ ସଂସ୍କାର ପୂର୍ବରୁ ପିଣ୍ଡକୁ ଫେରିଲା ପ୍ରାଣ : ମୃତ ଝିଅ ଆଖି ଖୋଲିବାରୁ ଆଶ୍ଚର୍ଯ୍ୟ ହୋଇଗଲେ ପରିବାର
25/08/2020 at 3:21 PM

୨୦ବର୍ଷର ଜଣେ ଯୁବତୀଙ୍କ ଅନ୍ତିମ ସଂସ୍କାରର ପ୍ରସ୍ତୁତି ଚାଲିଥିଲା,ସେତେବେଳେ ସେହି ଅନ୍ତିମ ସଂସ୍କାର କରୁଥିବା ଜଣେ କର୍ମଚାରୀ ଯୁବତୀ ଆଖି ଖୋଲୁଥିବା ଅବସ୍ଥାରେ ଦେଖିଥିଲେ। ଏବେ ହସ୍ପିଟାଲରେ ଯୁବତୀଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ରବିବାର ଭୁଲରେ ମୃତ ଘୋଷିତ କରି ଦିଆଯାଇଥିଲା। ଏହି ଘଟଣା ଆମେରିକାର ମିଶିଗନର। ଯୁବତୀଙ୍କ ନାଁ ତିମେଶା ଭିଓଚ୍ୟାମ୍ପ।

ପ୍ରକୃତରେ ରବିବାର ସକାଳେ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ଘରେ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ଏହା ପରେ ଆମ୍ବୁଲାନ୍ସକୁ ଡକାଯାଇଥିଲା। ମେଡିକାଲ୍ କର୍ମଚାରୀ ସେଠାରେ ପହଞ୍ଚିବାରୁ ଦେଖିଥିଲେ ଯେ ଯୁବତୀଙ୍କ ନିଃଶ୍ବାସ ଚାଲି ନଥିଲା। ଯୁବତୀଙ୍କ ଶ୍ବାସକ୍ରିୟା ଚାଲୁ କରିବା ପାଇଁ CPR ଆରମ୍ଭ କରାଯାଇଥିଲା।

ଆମ୍ବୁଲାନ୍ସ ପହଞ୍ଚିବାରୁ ମେଡିକାଲ୍ କର୍ମଚାରୀ ଯୁବତୀଙ୍କ ଶ୍ବାସକ୍ରିୟା ନ ଫେରାଇ ଆଣି ପାରିବାରୁ ନିକଟସ୍ଥ ହସ୍ପିଟାଲର ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଡାକ୍ତର ଯୁବତୀଙ୍କୁ ଆଧିକାରିକ ଭାବେ ମୃତ ଘୋଷିତ କରିଥିଲେ।
ଡାକ୍ତରଙ୍କ ତରଫରୁ ମୃତ ଘୋଷିତ ହେବା ପରେ ପରିବାର ଲୋକେ ଯୁବତୀଙ୍କୁ ନେଇ ଏକ ଶ୍ମଶାନରେ ପହଞ୍ଚିଥିଲେ। ଫ୍ୟୁନେରାଲ୍ ହୋମର ଷ୍ଟାଫ ଅନ୍ତିମ ସଂସ୍କାର ପାଇଁ ଯୁବତୀଙ୍କ ଶବ ପ୍ରସ୍ତୁତ କରୁଥିଲେ। କିନ୍ତୁ ଏହାର ଠିକ୍ ପୂର୍ବରୁ ଜଣେ କର୍ମଚାରୀ ଦେଖିଥିଲେ ଯେ ଯୁବତୀ ଜୀବିତ ଅଛନ୍ତି ଏବଂ ତାଙ୍କ ନିଃଶ୍ବାସ ଚାଲିଛି।