ମୋର ସବୁ ସରିଯାଇଛି ଥାନାବାବୁ...ମୋତେ ନ୍ୟାୟ ଦିଅ.. ନହେଲେ ମରିଯିବି , ଯୁବତୀଙ୍କ ଏହି ଆକୁଳ ନିବେଦନ ପଛରେ କଣ ଥିଲା ଘଟଣା

Published By : Prameya-News7 Bureau | January 25, 2019 IST

ହରିଦ୍ଵାର ୨୫/୧- ମୋ କୁଆଁରୀ ଜୀବନର ସବୁ କିଛି ସରଯାଇଛି । ସେ କାପୁରୁଷ ମୋ ଜୀବନର ମୂଲ୍ୟବାନ ସଂପଦକୁ ଲୁଟିନେଇଛି । ସେ ମୋତେ ଭଲ ପାଉ ନଥିଲା ,ମୋ ଦେହକୁ ଭଲପାଉଥିଲା । ମୋତେ ନ୍ୟାୟ ନଦେଲେ ମୁଁ  ଥାନା ଆଗରେ ଆତ୍ମାହୁତି ଦେବି ... ସିନେମାର ଏହି ସଂଳାପ ପରି ଜଣେ ଯୁବତୀର ଆକୁଳ ନିବେଦନ ଥିଲା । ବାଧ୍ୟହୋଇ ଥାନାଧିକାରୀ ପୀଡ଼ିତାଙ୍କ ପ୍ରଥମ ପ୍ରେମିକର ବିବାହ ବନ୍ଦ କରିବାକୁ ବାଧ୍ୟ ହେଲା ।

ଏହି ଘଟଣା ଘଟିଛି ହରିଦ୍ଵାରର ସିବିଲଲାଇଂସ ଅଚଳରେ । ଜଣେ ପଂଚାୟତ ଅଧିକାରୀ ଯୁବତୀଙ୍କୁ ଦୁଇବର୍ଷ ହେଲା ପ୍ରେମ କରୁଥିଲେ । ବିବାହର ପ୍ରଲୋଭନ ଦେଖାଇ ସବୁବେଳେ ଶାରୀରିକ ସଂପର୍କ ବି ରଖୁଥିଲେ । କିନ୍ତୁ ଯୁବକଙ୍କ ଘରଲୋକ ଅନ୍ୟଆଡ଼େ ବିବାହ ଠିକ୍ କରିଥିଲେ । ବିବାହ ମାତ୍ର ଦୁଦିନ ଅଛି, ଯୁବତୀ ଜାଣିବାପରେ ଥାନାରେ ଏଭଳି ଅଭିଯୋଗ କରିଥିବା ଜଣାଯାଇଛି ।

ଯୁବତୀଙ୍କୁ ବିବାହ କରିବାକୁ କହି ଏଭଳି ଶାରୀରିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି ପୋଲିସ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.