ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କିଏ ସେ ଯୁବତୀ ? ବର ମୁଣ୍ଡରେ ୫୦୦ ଟଙ୍କିଆ ନୋଟ୍ ଲଗାଇ ଫଟୋ ଉଠାଇ ସମସ୍ତଙ୍କ ସାମ୍ନାରେ ବରକୁ ନେଇ ଫୁର୍ ହୋଇଗଲେ, ଅଧା ବାଟରୁ ଫେରିଗଲେ ବରଯାତ୍ରୀ

14/12/2020 at 7:21 PM

ଲକ୍ଷ୍ନୌ ୧୪/୧୨ : କନ୍ୟା ନେବାକୁ ବ୍ୟାଣ୍ଡବାଜା ସହ ରୋଷଣୀ କରି ବାହାରିଲେ ବରଯାତ୍ରୀ। ଠିକ୍ ସେତିକିବେଳେ ଜଣେ ଯୁବତୀ ଫିଲ୍ମି ଷ୍ଟାଇଲରେ ଆସି ବର ବସିଥିବା ରଥ ଉପରେ ଚଢି ବର ମୁଣ୍ଡରେ ୫୦୦ ଟଙ୍କିଆ ନୋଟ ଲଗାଇ ଫଟୋ ଉଠାଇଥିଲେ। ଏହାପରେ ଯୁବତୀ ଜଣକ ବରର ହାତ ଧରି ତାଙ୍କୁ କାରରେ ବସାଇ ସେଠାରୁ ଫୁର ହୋଇଯାଇଥିଲେ। ମାମଲା ଉତ୍ତର ପ୍ରଦେଶ ବନ୍ଦାୟୁର।

ବରଯାତ୍ରୀ ନେଇ ବାହା ହେବାକୁ ଯାଉଥିବା ବେଳେ ଯୁବକଙ୍କ ପ୍ରଥମ ପତ୍ନୀ ତାଙ୍କୁ ରାସ୍ତାରେ ଅଟକାଇ ଦେଇଥିଲେ। ରଥ ଉପରେ ଚଢି ସେ ଯୁବକଙ୍କୁ ଧମକ ଦେଇଥିଲେ ଯେ ଯଦି ସେ କୌଣସି ତାମସା ଚାହୁଁ ନାହାନ୍ତି ତାହେଲେ ଉଁ ଚୁଁ ନ କରି ସିଧା ତାଙ୍କ ସହ ଚାଲନ୍ତୁ। ଯୁବକ ରଥରେ ନିଜ ପଗଡି ଓହ୍ଲାଇ କାରରେ ପ୍ରଥମ ପତ୍ନୀ ସହ ଚାଲିଗଲେ। ବରଯାତ୍ରୀ ଆଁ କରି ସବୁ ଘଟଣା ଦେଖୁଥିଲେ କିନ୍ତୁ କିଛି ବୁଝି ପାରିନଥିଲେ। ଘଟଣାକୁ ନେଇ ସେହି ଅଞ୍ଚଳରେ ଖୁବ ଚର୍ଚ୍ଚା ହୋଇଥିଲା।

ମାମଲା ଉଝନି ଅଞ୍ଚଳର। ଏଠାରେ ରହୁଥିବା ଜଣେ ଯୁବକ ଦିଲ୍ଲୀରେ ଚାକିରୀ କରୁଥିଲେ। ସେଠାରେ ଜଣେ ଯୁବତୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଉଭୟ ଦିଲ୍ଲୀରେ ବାହା ହୋଇଯାଇଥିଲେ। କିନ୍ତୁ ଯୁବକଜଣକ ନିଜ ଘର ଲୋକଙ୍କୁ ବିବାହ ସମ୍ପର୍କରେ ନ ଜଣାଇ ସତ ଲୁଚାଇ ରଖିଥିଲେ। ଫଳରେ ପରିବାର ଲୋକ ଯୁବକଙ୍କ ବାହାଘର ଆଉ ଜଣେ ଯୁବତୀଙ୍କ ସହ ଠିକ କରିଦେଲେ।

ଯୁବକ ପାଖାପାଖି ୧୦ ଦିନ ପୂର୍ବରୁ ଗାଁକୁ ଆସିଥିଲେ। ସେତେବେଳେ ଘରଲୋକ କହିଥିଲେ ଯେ ତାଙ୍କ ବାହାଘର ଠିକ କରାଯାଇଛି ଏବଂ ବ୍ୟାଣ୍ଡବାଜା ସବୁ ବୁକ ହେଇସାରିଛି। କୌଣସି କଳହ ନ ହେଉ ବୋଲି ସେ ଚୁପ ରହିଲେ ଏବଂ ମାମଲା ଚାପିଦେଲେ। ଗତକାଲି, ରବିବାର ଦିନ ବିବାହର ସବୁ ରୀତିନୀତି ଆରମ୍ଭ ହୋଇଥିଲା। ଏହାପରେ ବରଯାତ୍ରୀ ବାହାରିଥିଲେ। କୌଣସି ପ୍ରକାରେ ଏ ସମ୍ପର୍କରେ ଯୁବକଙ୍କ ଦିଲ୍ଲୀରେ ଥିବା ପତ୍ନୀ ଜାଣିବାକୁ ପାଇଲେ ଏବଂ କାର ଧରି ସେଠାରେ ପହଞ୍ଚିଲେ। ସେତେବେଳେ ବରଯାତ୍ରୀ ଗୀତ ଓ ବ୍ୟାଣ୍ଡ ବାଜାର ତାଳେ ତାଳେ ନାଚି ନାଚି ଯାଉଥିଲେ।

ପତ୍ନୀ ତାଙ୍କ ସ୍ୱାମୀ ବସିଥିବା ରଥରେ ଚଢି ତାଙ୍କ ମୁଣ୍ଡରେ ୫୦୦ ଟଙ୍କିଆ ନୋଟ ଲଗାଇ ଫଟୋ ଉଠାଇଥିଲେ। ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବରଯାତ୍ରୀ ଜାଣିପାରିନଥିଲେ ଯେ ଯୁବତୀ ଜଣକ କିଏ। ଏହାପରେ ସେ ନିଜ ସ୍ୱାମୀକୁ ଧମକାଇ କାରରେ ବସିବାକୁ କହିଥିଲେ ଓ ତାଙ୍କୁ ନେଇ ସେଠାରୁ ଚାଲି ଯାଇଥିଲେ। ଏହାପରେ ବରଯାତ୍ରୀ ଅଧା ବାଟରୁ ଫେରି ଆସିଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ପକ୍ଷ ଏହି ମାମଲାରେ ଥାନାରେ କୌଣସି ଅଭିଯୋଗ କରିନାହାନ୍ତି।

   Related Posts