Will You Marry Me... ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡ ଦେଲେ ବିବାହ ପ୍ରସ୍ତାବ, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | May 05, 2022 IST

ନୂଆଦିଲ୍ଳୀ ୦୫।୦୫ : ଆଇପିଏଲ ମ୍ୟାଚ୍‌ରେ ଅନେକ ଆଶ୍ଚର୍ଯ୍ୟଜନକ ଓ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ । ଖେଳାଳିଙ୍କ ସହ ଷ୍ଟାଡିୟମରେ ବସିଥିବା ହଜାର ହଜାର ଦର୍ଶକମାନେ ମଧ୍ୟ ଏହିପରି କିଛି କରନ୍ତି , ଯେଉଁଥିପାଇଁ ସେମାନେ ଚର୍ଚ୍ଚାର ବିଷୟ ପାଲଟି ଯାଆନ୍ତି । ବର୍ତ୍ତମାନ ଏଭଳି ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଯାହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତକାଲି ଅର୍ଥାତ୍‌ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏହି ଲାଇଭ୍‌ ମ୍ୟାଚ୍‌ରେ ଜଣେ ଯୁବତୀ ତା ପ୍ରେମିକଙ୍କୁ ନିଜର ବିବାହ ପ୍ରସ୍ତାବ ଦେଉଥିବାର ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର କରାଯାଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି।

wp:html /wp:html

ମିଡିଆ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହେଉଛି। ଲାଇଭ୍‌ ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଜଣେ ଯୁବତୀ ଆଣ୍ଠୁରେ ବସି ନିଜ ପ୍ରେମିକକୁ ବିବାହ ପ୍ରସ୍ତାବ ଦେଇଥିବାର ନଜର ଆସିଛନ୍ତି। ଏହା ପରେ ପ୍ରେମିକ ଜଣଙ୍କ ମଧ୍ୟ ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରିଛନ୍ତି । ଦୁଇ ପ୍ରେମୀଯୁଗଳ ଆରସିବିର ଫ୍ୟାନ୍ସ ଅଟନ୍ତି । କାରଣ ପୁଅ ଏବଂ ଝିଅ ଦୁହେଁ ଆରସିବି ଜର୍ସିରେ ନଜର ଆସିଛନ୍ତି । ବର୍ତ୍ତମାନ ଏହି ଭିଡିଓ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି । ଲୋକମାନେ ଏହାକୁ ଖୁବ୍‌ ପସନ୍ଦ କରିଥିବା ବେଳେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି।

wp:html /wp:html

ସୂଚନାଯୋଗ୍ୟ କି ଆଇପିଏଲ୍ ୨୦୨୨ର ୪୯ତମ ମ୍ୟାଚରେ ବାଙ୍ଗାଲୋର ୨୦ ଓଭରରେ ୧୭୩ ରନ୍ ସଂଗ୍ରହ କରି ୮ଟି ୱିକେଟ୍ ହରାଇଥିଲା। ଲଗାତାର ତିନିଟି ପରାଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଥର ବିଜୟ ହାସଲ କରିଛି । ଆରସିବି ୧୧ ଟି ମ୍ୟାଚରୁ ୧୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.