scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରିଲ୍ସ ନିଶାରେ ଯୁବତୀ, ଉଚ୍ଚା ବିଲ୍ଡିଙ୍ଗ୍‌ରେ ଚଢି କରୁଛନ୍ତି ଖତରନାକ୍‌ ରିଲ୍ସ…

26/09/2023 at 1:37 PM

ନୂଆଦିଲ୍ଲୀ ୨୬।୦୯: ଏବେ ଇନଷ୍ଟାଗ୍ରାମ୍‌ କ୍ରେଜ୍‌ । ଯାହାକୁ ଦେଖିବ ସେ କରୁଛି ରିଲ୍ସ । କିନ୍ତୁ ବେଳେବେଳେ ରିଲ୍ସ କରିବା ହେଉଛି ଘାତକ । ୟୁଜର୍ସଙ୍କୁ ଏପରି ରିଲ୍ସ ନିଶା ଘାରୁଛି,  ସେମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ଡରନ୍ତିନି ।  ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସୋଶିଆଲ୍‌ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି । ଯାହା ଲୋକଙ୍କୁ ଚକିତ ହୋଇଯାଇଛନ୍ତି । ବାସ୍ତବରେ ଭିଡିଓରେ ଯୁବତୀ ଜଣକ ବଡ ବଡ ବିଲ୍ଡିଙ୍ଗ୍‌ରେ ଚଢି କରୁଛନ୍ତି ରିଲ୍ସ । ଖାଲି ଚଢୁନାହାନ୍ତି ତ ପୋଜ୍‌ ଦେଇ କରୁଛନ୍ତି ରିଲ୍ସ । ପୁଣି ସେ ଉଞ୍ଚା ବିଲ୍ଡିଙ୍ଗ୍‌ର ଏକ କଣରେ ବସି ନିଜର  ଭିଡିଓ ସୁଟିଂ କରୁଛନ୍ତି ।

ଆଉ ଏହି ବିଲ୍ଡିଙ୍ଗ୍ରୁ ତଳକୁ ଚାହିଁଲେ କାହାର ବି ପାଦ ତଳୁ ମାଟି ଖସିଯିବ ।  କୁହାଯାଉଛି କି ଏହି ବିଲ୍ଡିଙ୍ଗ୍ ଦୁନିଆର ଦ୍ବିତୀୟ ସବୁଠାରୁ ଉଚ୍ଚ ବିଲ୍ଡିଙ୍ଗ୍ । ଆଉ ଯେଉଁଠି ଯୁବତୀ ଜଣକ ଠିଆ ହୋଇ ରିଲ୍ସ କରୁଛନ୍ତି । କେବଳ ଏତିକି ନୁହେଁ ଯୁବତୀ ଜଣକ ଏହାବ୍ୟତୀତ ଅନେକ ଉଚ୍ଚ ବିଲ୍ଡିଙ୍ଗ୍‌ ଉପରେ ଚଢି ଏପରି ଭିଡିଓ କରୁଛନ୍ତି ।  ତେବେ ଏହି ଦୃଶ୍ୟ ଯେ କେହି ବି ଦେଖିବେ ନିଶ୍ଚୟ ଭୟଭୀତ ହୋଇଯିବେ । କିନ୍ତୁ ଯୁବତୀ ଜଣଙ୍କୁ ଦେଖିଲେ ଲାଗୁଛି ତାଙ୍କୁ ଟିକେ ବି ମାତ୍ର ଡର ନାହିଁ ।  

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ worldwidefavs ନାମକ ଆଇଡିରୁ ସେୟାର କରାଯାଇଛି । ଯାହା ଖବର ଲେଖା ହେବା ଯାଏଁ  ୨ ଲକ୍ଷ ୮୮ ହଜାରରୁ ଅଧିକ ଥର ଦେଖାଯାଇଥିବାବେଳେ ୧୮ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ।ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ବିଭିନ୍ନ କମେଣ୍ଟ ଦେଇଛନ୍ତି । ଜଣେ କହିଛନ୍ତି କି  ଭିଡିଓ ଦେଖିବାମାନେ ମୋ ଦେହରେ ଏକ ଅଜବ  ଅନୁଭବ ହେଉଛି । ଆଉ ଜଣେ ୟୁଜର୍ସ ରାଗିକି କହିଛନ୍ତି କି ଘରକୁ ଯାଅ, ଜୀବନ ନଷ୍ଟ କରନ୍ତୁ ନାହିଁ । ତେବେ ଅନେକ ୟୁଜର୍ସ ଯୁବତୀଙ୍କ ଏହି ଷ୍ଟଣ୍ଟକୁ ଫେକ୍ ବୋଲି କହୁଛନ୍ତି ।

You Can Read:

   Related Posts