୭ ବର୍ଷ ଧରି ସମ୍ପର୍କ ରଖିବା ପରେ ଧୋକା ଦେଲା ପ୍ରେମିକ, ଘର ଆଗରେ ପ୍ରେମିକାର ଧାରଣା

Published By : Prameya-News7 Bureau | November 13, 2022 IST

କେନ୍ଦ୍ରାପଡା, ୧୩/୧୧: ପ୍ରେମିକ ଘର ଆଗରେ ଧାରଣାରେ ବସିଲା ପ୍ରେମିକା l କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ନିକିରାଇ ଦଳିତ ସାହିରେ ଏମିତି ଏକ ଘଟଣା ସାମନାକୁ ଆସିଛି l ଉକ୍ତ ଗ୍ରାମର ଝିଅ ରଶ୍ମିତା ମଲ୍ଲିକଙ୍କର ନିଜ ପଡ଼ୋଶୀ ଜନ୍ମେଜୟ ମଲ୍ଲିକଙ୍କ ସହ ଦୀର୍ଘ ୭ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା l ରଶ୍ମିତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ପ୍ରତାରଣା କରିବା ପରେ ନିକଟରେ ଜନ୍ମେଜୟ ଉଭୟଙ୍କ ଭିତରେ ଥିବା ପ୍ରେମ ସମ୍ପର୍କକୁ ସମ୍ପୂର୍ଣ୍ଣ ଫାଙ୍କି ଦେଇଥିଲେ l

ସବୁ ଆଡୁ ନିରାଶ ହେଲାପରେ ରଶ୍ମିତା ନ୍ୟାୟ ପାଇବା ପାଇଁ ନିଜ ପ୍ରେମିକ ଜନ୍ମେଜୟଙ୍କ ଘର ଆଗରେ ଧାରଣାରେ ବସିଛନ୍ତି l ଶନିବାର ମଧ୍ୟ ରାତିରୁ ରଶ୍ମିତା ଧାରଣାରେ ବସିଥିବା ବେଳେ ଜନ୍ମେଜୟ ତାଙ୍କ ବାପା ଚକ୍ରଧର ମଲ୍ଲିକ ଏବଂ ସାରା ପରିବାର ଘରେ ତାଲା ପକାଇ ଫେରାର୍ ହୋଇଯାଇଥିବା ଜଣାପଡିଛି l ଏ ନେଇ ପୋଲିସରେ ଅଭିଯୋଗ କରିଥିବା ରଶ୍ମିତା କହିଛନ୍ତି l ତେବେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.