ରାଜଧାନୀରେ ଜଣେ ଯୁବତୀ ହତ୍ୟା କଲା ଆଉ ଜଣେ ଯୁବତୀକୁ

Published By : Prameya-News7 Bureau | January 20, 2019 IST

ଭୁବନେଶ୍ୱର ୨୦/୧ : ଭୁବନେଶ୍ୱର ରାଜଧାନୀରେ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି | ଜଣେ ଯୁବତୀ ଆଉ ଜଣେ ଯୁବତୀଙ୍କ ଗଳା କାଟି ହତ୍ୟା କରିଛି | ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୌରୀ ନଗର ଲେନ ୫ ରେ ଘଟିଛି ଏହି ଅଭାବନୟା ଘଟଣା | ଅଲକାନନ୍ଦ ନାମ୍ନୀ ଜଣେ ଯୁବତୀ ଅନିତା ମିଶ୍ର ନାମ୍ନୀ ଯୁବତୀଙ୍କୁ ହତ୍ୟା କରିଛି | ଲିଙ୍ଗରାଜ ପୋଲିସ ଅଳକାକୁ ଅଟକ ରଖି ପଚରାଉଚୁରା କରୁଛି | ଘଟଣା ପଚାର କାରଣ ଜଣାପଡିନାହିଁ | ହେଲେ ତ୍ରିକୋଣୟ ପ୍ରେମକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି |

{"id":76017}

ଅଲକାନନ୍ଦ ଏକ ସ୍ବେଛାସେବୀ ସଙ୍ଗଠନରେ କାମ କରୁଥିବା ବେଳେ ଅନିତା ଏକ କନସାଲଟେନସିରେକାମ କରୁଥିଲେ | ପୋଲିସ ଅନିତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ଘଟଣାର ତଦନ୍ତ ଜାରି ରହିଛି | ରାଜଧାନୀରେ ଗୋଟିଏ ଝିଅ ଆଉ ଗୋଟିଏ ଝିଅକୁ ହତ୍ୟା କରିବା ଭଳି ଘଟଣା ପ୍ରଥମ | ତେଣୁ ପୋଲିସ ଏହାକୁ ଅଟi ସତର୍କତାର ସହ ଯାଞ୍ଚ କରୁଛି |

{"id":76018}

ସୂଚନାଯୋଗ୍ୟ ଯେ, ମୃତ ଯୁବତୀ ବାଲେଶ୍ୱର ବସ୍ତା ଅଂଚଳର | ଅଭିଯୁକ୍ତ ଯୁବତୀ କୋଣାର୍କ ଅଂଚଳର | ବହୁତ ଦିନରୁ ଉଭୟ ଯୁବତୀ ମିଶିକି ଘର ଭଡା ନେଇ ରହୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.