ଛାତ୍ରୀଙ୍କ ନଗ୍ନ ଭିଡିଓ କରି ଭାଇରାଲ କରିବାକୁ ଧମକ ଦେଉଥିଲା ଘର ମାଲିକ : ଭୟରେ ଫିନାଇଲ୍ ପିଇଲେ ନାବାଳିକା

Published By : Prameya-News7 Bureau | December 15, 2019 IST

ରାଞ୍ଚି ୧୫/୧୨: ସଦର ଥାନା ଅଞ୍ଚଳରେ ୫୦ବର୍ଷର ଶେଖର ଗଞ୍ଝୁ ୩ମାସ ହେବ ୧୪ବର୍ଷ ବୟସ୍କା ଛାତ୍ରୀଙ୍କର ନଗ୍ନ ଭିଡିଓ ଉତ୍ତୋଳନ କରୁଥିଲା। ଗତକାଲି ମଧ୍ୟ ସେ ଛାତ୍ରୀଙ୍କର ଭିଡିଓ କରିଥିଲା। କାହାକୁ କହିଲେ ଭିଡିଓ ଭାଇରାଲ କରିବାର ଧମକ ଦେଉଥିଲା। ଏସବୁ ସହିନପାରି ଛାତ୍ରୀ ଗତକାଲି ସନ୍ଧ୍ୟାରେ ଆତ୍ମହତ୍ୟା କରିବା ପାଇଁ ଫିନାଇଲ୍ ପିଇ ଦେଇଥିଲେ। ତାଙ୍କୁ ରିମ୍ସରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ସୁଧୁରିଛି। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

ଘଟଣାଟି ଘଟିଛି ଗତକାଲି ସନ୍ଧ୍ୟା ୪ଟାରେ। ସେହି ସମୟରେ ଛାତ୍ରୀ ଘରେ ଏକୁଟିଆ ଥିଲେ। ସେହି ସମୟରେ ନିଶାସକ୍ତ ଅଭିଯୁକ୍ତ ସେଠାରେ ପହଞ୍ଚିଥିଲା ଏବଂ ତାଙ୍କର ନଗ୍ନ ଭିଡିଓ କରିଥିଲା। ସେ ଯିବା ପରେ ଛାତ୍ରୀ ଫିନାଇଲ୍ ପିଇ ଦେଇଥିଲେ। କିଛି ସମୟ ପରେ ପୀଡ଼ିତାଙ୍କ ବଡ଼ ଭଉଣୀ ପହଞ୍ଚିବାରୁ ଛାତ୍ରୀ ଅଚେତ ହୋଇ ଯାଇଥିଲେ। ମାମୁଁଙ୍କ ସହାୟତାରେ ତାଙ୍କୁ ରିମ୍ସ ହସ୍ପିଟାଲକୁ ନିଆଯାଇଥଲା। ଛାତ୍ରୀଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି,ଯାହା ଫଳରେ ଜଣା ପଡ଼ିବ ଯେ ତାଙ୍କର ଦୁଷ୍କର୍ମ ହୋଇଛି କି ନାହିଁ। ଛାତ୍ରୀ ଏତେ ଡରିଯାଇଥିଲେ ଯେ କିଛି କହି ପାରୁନଥିଲେ। ପରିବାର ଲୋକେ ମଧ୍ୟ ଏତେ ଡରିଯାଇଥିଲେ ଯେ ସେମାନେ ପୋଲିସକୁ ଖବର ଦେଇନଥିଲେ। ରାତି ପାଖାପାଖି ୧୦ଟାବେଳେ ପରିବାର ଲୋକେ ମିଡିଆର ଜଣେ ବ୍ୟକ୍ତିଙ୍କୁ ଘଟଣା ବିଷୟରେ ସୂଚନା ଦେବାରୁ ସେ ପୋଲିସକୁ ଖବର ଦେଇଥିଲେ। ରାତି ୧୦:୩୦ରେ ପୋଲିସ୍ ରିମ୍ସ ପହଞ୍ଚି ଛାତ୍ରୀଙ୍କୁ ପଚରାଉଚୁରା କରିଥିଲା। ରାତି ୧୧:୩୫ରେ ପୋଲିସ୍ ଶେଖରକୁ ଗିରଫ କରିଛି।

ଛାତ୍ରୀଙ୍କ ମାମୁଁ ପୋଲିସକୁ କହିଥିଲେ ଯେ ପୂର୍ବରୁ ତାଙ୍କ ପରିବାର ଶେଖର ଗଞ୍ଝୁଙ୍କ ଘରେ ଭଡ଼ା ରହୁଥିଲେ। ସେବେଠୁ ଏହା ଘଟୁଛି। ନିକଟରେ ସେମାନେ ଆଉ ଏକ ଘର ନେଇଛନ୍ତି। ଛାତ୍ରୀ ଘରେଏକୁଟିଆ ଥିବାବେଳେ ଅଭିଯୁକ୍ତ ଆସୁଥିଲା। ସବୁ ପୋଷାକ ଖୋଲି ମୋବାଇଲରେ ତାଙ୍କର ନଗ୍ନ ଭିଡିଓ କରୁଥିଲା। ପୀଡ଼ିତା ବିରୋଧ କରିବାରୁ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲା। ସେଥିପାଇଁ ଛାତ୍ରୀ କାହାକୁ ମଧ୍ୟ କହିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.