ମାମୁଁ ଘରୁ ଭାଣିଜୀର ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya-News7 Bureau | January 05, 2020 IST

ପାଲଲହଡା ୫।୧: ମାମୁଁ ଘରୁ ଭାଣିଜୀକ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ୍ ଖମାର ଥାନା ଶଙ୍ଖମୁର ପଞ୍ଚୟତ ମଣ୍ଡାଖୋଲ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

{"id":207185,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଣ୍ଡାଖୋଲ ଗ୍ରାମରେ ଥିବା ମାମୁଁ ଘରକୁ ଆସିଥିଲା ଦଶମ ଶ୍ରେଣୀର ଛାତ୍ରୀ । ମାମୁ ଘର ଫ୍ୟାନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଖମାର ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଖମାର ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ମୃତଦେହ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପାଲଲହଡା ଅତିରିକ୍ତ ତହସିଲଦାର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.