ପ୍ରେମିକର ଯୌନାଙ୍ଗ କାଟିଥିଲା ପ୍ରେମିକା; ୭ ବର୍ଷ କାରାଦଣ୍ଡ ଘୋଷଣା କଲେ ଅଦାଲତ
9/09/2022 at 10:34 PM

କେନ୍ଦୁଝର ୦୯/୦୯: ପ୍ରେମିକର ଯୌନାଙ୍ଗ କାଟିଥିଲେ ପ୍ରେମିକାକେନ୍ଦୁଝରରେ ପ୍ରେମିକକୁ ମଦ ପିଆଇ ପ୍ରେମିକା ଏପରି କାଣ୍ଡ ଭିଆଇଛନ୍ତି। ୧୭ ଜଣ ସାକ୍ଷ ପ୍ରମାଣକୁ ଭିତ୍ତିକରି ବିଚାରପତି ସିଜିଏମ୍ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତା ପ୍ରେମିକା କମଳାପାତ୍ରକୁ ୩୦୭ ଓ ୩୭୦ ଦଫାରେ ୭ ବର୍ଷ ଲେଖାଏଁ ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ଭୋଗିବାକୁ ଅଦାଲତ କହିଛତନ୍ତି। ୨୦୦୦ ମସିହା ଜାନୁଆରୀ ୭ରେ ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଘଟଣା ଘଟିଥିଲା।
ହରିଚନ୍ଦନପୁର ଥାନା ଅଞ୍ଚଳର ଝାରବେଡ଼ା ଗାଁର ରାଜେନ୍ଦ୍ର ନାୟକ ରାଜ୍ୟ ବାହାରେ କାମ କରନ୍ତି। ସେ ୨୦୦୦ ମସିହା ଜାନୁଆରୀ ୭ ରେ କେନ୍ଦୁଝର ଫେରି ନୂଆଗାଁରେ ରହୁଥିବା ତାଙ୍କ ବିବାହିତ ପ୍ରେମିକା କମଳା ପାତ୍ରଙ୍କ ଘରକୁ ଯାଇଥିଲେ। ସେଠାରେ କମଳା ତାଙ୍କୁ ପ୍ରଚୁର ମଦ ପିଆଇ କରାଇ ତାଙ୍କ ଗୁପ୍ତାଙ୍ଗଙ୍କୁ ଏକ ଧାରୁଆ ଅସ୍ତ୍ରରେ କାଟି ଶରୀରରୁ ଅଲଗା କରି ଦେଇଥିଲେ। ପରେ ରାଜେନ୍ଦ୍ରଙ୍କ ବାପା ଅଭିମନ୍ୟୁ ନାୟକ ଏନେଇ ଥାନାରେ ଅଭିଯୋଗ କରିବାପରେ କମଳା ଗିରଫ ହୋଇଥିଲେ। ସେ ଏବେ ଉଚ୍ଚ ନ୍ୟାୟାଳୟରୁ ଜାମିନ୍ ପାଇଛନ୍ତି।