Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩୮ ବର୍ଷୀୟ ସିମ୍ପାଞ୍ଜି ପ୍ରେମରେ ଯୁବତୀ, ଜଣାପଡ଼ିବା ପରେ ଏବେ ଚିଡ଼ିଆଖାନା ମନା, ଅଭିମାନ କରିଛି ଅମାନିଆ ପ୍ରେମିକ

23/08/2021 at 8:28 PM

ବ୍ରୁସେଲ୍ସ ୨୩/୦୮:  ପଶୁପ୍ରେମୀ ସମ୍ପର୍କରେ ଆପଣ ବହୁତ ଶୁଣିଥିଲେ। କିନ୍ତୁ ଆସନ୍ତୁ ଜାଣିବା ପଶୁର ପ୍ରେମିକାଙ୍କ ସମ୍ପର୍କରେ। ହଁ ଆଜ୍ଞା ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯୁବତୀ କହୁଛନ୍ତି ସେ ପଶୁକୁ ଭଲ ପାଇ ବସିଛନ୍ତି। ତା ବିନା ବଞ୍ଚିପାରିବେ ନାହିଁ। ସେପଟେ କଥା କହିପାରୁନଥିବା ପଶୁ କିନ୍ତୁ ଯୁବତୀଙ୍କୁ ନଦେଖିଲେ ଠିକ ପ୍ରେମିକ ପରି ଅଭିମାନ କରି ଗୁମସୁମ୍‌ ହୋଇ ବସୁଛି । ଏପରିକି ନିଜ ପ୍ରଜାତିର ଅନ୍ୟ ପଶୁଙ୍କ ମେଳରେ ତାକୁ ଦେଖିବାକୁ ମିଳୁନାହିଁ । ଯେମିତି ଜଣେ ବିରହ ପ୍ରେମିକ ନିଜ ପ୍ରେମିକାଙ୍କୁ ନଦେଖିଲେ, କଥା ନହେଲେ ଅଭିମାନ କରେ। ଠିକ ପଶୁଟି ସମସ୍ତଙ୍କୁଠୁ ଅଲଗା ହୋଇ କୌଣସି ଏକ କୋଣରେ ବସି ବିଳାପ ମଧ୍ୟ କରୁଥିବା ଜଣାପଡ଼ିଛି । ସେପଟେ ପଶୁ ସହ ‘ଆଫାଏର’ ରଖି ଯୁବତୀଙ୍କୁ ହଟହଟ୍ଟା ହେବାକୁ ପଡ଼ିଛି। 

ମିଳିଥିବା ସୂଚନା ଅନୁସାରେ ବେଲଜିୟମର ଆଣ୍ଟେରେପ୍‌ ଚିଡ଼ିଖାନାରେ ରହୁଥିବା ସିମ୍ପାଞ୍ଜି ପ୍ରେମରେ ବାୟା ହୋଇଛନ୍ତି ଆଡି ଟିମରମ୍ୟାନ୍ସ। ୩୮ ବର୍ଷୀୟ ସିମ୍ପାଞ୍ଜୀ ‘ଚିତା’କୁ ଯୁବତୀ ଜଣଙ୍କ ଏତେ ଭଲ ପାଆନ୍ତି ଯେ ନିୟମିତ ବ୍ୟବଧାନରେ ତାକୁ ଦେଖାନକଲେ ରହିପାରନ୍ତି ନାହିଁ। ସେପଟେ ଆଡିଙ୍କୁ ମଧ] ନିଜ ହୃଦୟ ଦେଇସାରିଛି ଚିତା। ଉଭୟ କାଚ କାନ୍ଥ(ଏନକ୍ଲୋଜର)ର ଉଭୟ ପାର୍ଶ୍ବରେ ଛିଡ଼ା ହୋଇ ଫ୍ଲାଇଙ୍ଗ କିସ୍‌ ମଧ୍ୟ କରନ୍ତି। ଉଭୟେ କେତେ କଣ କଥା ହୁଅନ୍ତି। ଯୁବତୀ କିଛି ଗୁଣ ଗୁଣୁ ହେଉଥିବା ଜଣାପଡ଼େ ସେପଟୁ ଚିତା କଣ କହେ କେହି ଜାଣିପାରନ୍ତି ନାହିଁ। କେବଳ ତାର ପ୍ରେମିକା ହିଁ ବୁଝିପାରେ । ଏନେଇ ନିଜେ ଆଡି ହିଁ କହିଛନ୍ତି।

କିନ୍ତୁ ଦୁଇ ଜଣଙ୍କ ପ୍ରେମରେ ଖଳନାୟକ ସାଜିଛନ୍ତି ଚିଡ଼ିଆଖାନା କର୍ତ୍ତୃପକ୍ଷ। ଆଡିଙ୍କୁ ଆଉ ଚିଡ଼ିଆଖାନାକୁ ଏଣ୍ଟ୍ରି ନାହିଁ। ଦୁଇ ଜଣଙ୍କ ମିଳାମିଶା ଚିତାକୁ ଭାରୀ ପଡ଼ିବ ବୋଲି ଜୁ ଅଧିକାରୀ କହୁଥିବା ବେଳେ ତାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଆଡିଙ୍କୁ ନଦେଖିଲେ ଚିତା ଅନ୍ୟ କାହାକୁ ଦେଖା ବି କରୁନି। ଦିନ ଥିଲା ପର୍ଯ୍ୟଟକ ଆସିଲେ ଆଡି ପ୍ରଥମେ ବାହାରକୁ ଆସୁଥିଲା। କିନ୍ତୁ ସେ ଏବେ ଅନ୍ୟ ସିମ୍ପାଞ୍ଜିଙ୍କ ସହ ମେଳ ମଧ୍ୟ ହେଉ ନାହିଁ। ଯଦି ସେ ଆଡିକୁ ଆହୁରି ଭଲ ପାଇଯାଏ ତେବେ ଅନ୍ୟ ମାଈ ସିମ୍ପାଞ୍ଜୀଙ୍କ ସହ ସେ ସମ୍ପର୍କ ରଖିନପାରେ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ଆଡି କହିଛନ୍ତି ସମସ୍ତଙ୍କୁ ଚିତା ଦେଖା କରିପାରୁଛି କିନ୍ତୁ ମୋତେ କାହିଁକୁ ନୁହେଁ। ମୁଁ ଚିତାର କିଛି ଖରାପ କରିବିନି, ତାକୁ ମୁଁ ବହୁତ ଭଲ ପାଏ ବୋଲି କହିଛନ୍ତି  ଆଡି ଟିମରମ୍ୟାନ୍ସ  ।

   Related Posts