ବାଲୁକା ପୂଜା କରୁଥିବା ବେଳେ ନଦୀରେ ବୁଡ଼ିଯାଇ ଯୁବତୀ ମୃତ
14/10/2018 at 10:38 AM

ଭଦ୍ରକ ୧୪/୧୦ : ନଦୀ ଘାଟରେ ବାଲୁକା ପୂଜା କରିବା ବେଳେ ଭଦ୍ରକ ଜିଲ୍ଲା ରାଡଙ୍ଗ ଗାଁ ର ଜଣେ ଯୁବତୀ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି | ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ରାଡଙ୍ଗ ଗାଁର ଝିଅମାନେ ଆଜି ରାଡଙ୍ଗ କୁଣ୍ଡି ନଦୀ ଘାଟରେ ବାଲୁକା ପୂଜା କରୁଥିଲେ | ଏହି ସମୟରେ ୧୭ ବର୍ଷ ବୟସ ସସ୍ମିତା ଜେନା ନଦୀକୁ ପାଣି ଆଣିବାକୁ ଯାଇଥିବା ବେଳେ ଗୋଡ ଖସି ଯାଇଥିଲା ଓ ସେ ବସି ଯାଇଥିଲେ | ଦୀର୍ଘ ଘଣ୍ଟାଏ ପରେ କିଛି ଦୂରରୁ ତାଙ୍କ ଶବ ଉଦ୍ଧାର ହୋଇଥିଲା | ମୃତ ସସ୍ମିତାଙ୍କ ବାପାଙ୍କ ନାଁ ବିଜୟ ଜେନା | ସସ୍ମିତା ଯୁକ୍ତ ଦୁଇର ଛାତ୍ରୀ ଥିଲେ |
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023