ଏମିତି ବି ଆସେ ମୃତ୍ୟୁ ! ତଣ୍ଟିରେ ନଡିଆ ଲାଗିଯିବାରୁ ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ହରାଇଲା ପୋଲିସ କର୍ମଚାରୀଙ୍କ ଝିଅ

Published By : Prameya-News7 Bureau | October 03, 2019 IST

ଏଟା : ମୃତ୍ୟୁ କେତେବେଳେ କେଉଁଠି ଓ କିପରି ଆସେ ତାହା କାହାରିକୁଜଣା ନାହିଁ। ଏହା ପୁଣିଥରେ ପ୍ରମାଣିତ ହୋଇଛି  ଉତ୍ତର ପ୍ରଦେଶ ଏଟାରେ।  ମହିଳା ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟରରେ ରହୁଥିବା ପୋଲିସ କର୍ମଚାରୀ ଚନ୍ଦ୍ର ଶାହଙ୍କ ୧୮ ବର୍ଷ ବୟସ୍କା ଝିଅ ଶିଖା ନଡିଆ ଖାଉଥିବା ବେଳେ ତଣ୍ଟିରେ ଲାଗିଯିବା ଯୋଗୁ ଛଟପଟ ହୋଇ ପ୍ରାଣ ହରାଇଛି। ଘଟଣା  ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। 

ମିଳିଥିବା ସୂଚନା ଅନୁସାରେ ଏଟା ମହିଳା ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟରରେ ରହୁଥିବା ଚନ୍ଦ୍ର ଶାହଙ୍କ ଝିଅ ଶିଖା ସଂଧ୍ୟାରେ ନଡିଆ ଭାଙ୍ଗି ଖାଉଥିଲା। ଅଚାନକ ଖଣ୍ଡ ନଡିଆଟିଏ ତଣ୍ଟିକୁ ଗଳିଯିବାରୁ ତାକୁ କାଢିବା ଲାଗି ଚେଷ୍ଟା କରିଥିଲେ। ହେଲେ ନଡିଆ  ଖଣ୍ଡଟି ବାହାରି ଆସିବ କ’ଣ ବେଶି ବେଶି କଷ୍ଟ ହୋଇଥିଲା। ଏଣୁ ତଣ୍ଟିରେ ନଡିଆ ଲାଗିଥିବା କହିବାରୁ ପରିବାର ଲୋକେ ପଡୋଶୀଙ୍କ ସହାୟତାରେ ତାକୁ ହସ୍ପିଟାଲ ନେଇଯାଇଥିଲେ।

ଡାକ୍ତର ନଡିଆ ଖଣ୍ଡଟିକୁ ଖସାଇବାକୁ ଅଥବା କାଢିବାକୁ ଅନେକ ପ୍ରୟାଶ କରିଥିଲେ। ହେଲେ ଝିଅଟିର ସ୍ୱାସ୍ଥ୍ୟ ବିଗିଡିବାର ଲାଗିଥିଲା। ଏଣୁଡାକ୍ତର ତାକୁ ତୁରନ୍ତ ଆଗରା ନେଇଯିବାକୁ କହିଥିଲେ। ଏଣୁ ପରିବାର ଲୋକେ ଝିଅକୁନେଇ ଆଗରା ଯାଉଥିବା ବେଳେ ସେ ରାସ୍ତାରେ ଶ୍ୱାସରୁଦ୍ଧ ହୋଇ ଝିଅରମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.