ଭୁବନେଶ୍ବର ୧୨।୨: ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ପାର ହେଉଥିବା ବେଳେ ଯୁବତୀଙ୍କୁ ଚାପିଦେଲା ବସ୍ । ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଖଣ୍ଡଗିରି ଛକ ନିକଟରେ ମା-ଝିଅ ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ବାଇକ୍ । ଫଳରେ ଯୁବତୀ ଜଣଙ୍କ ରାସ୍ତାରେ ତଳେ ପଡିଯାଇଥିଲେ । ସେହି ସମୟରେ ଆସୁଥିବା ଏକ ସ୍କୁଲ ବସ୍ ଯୁବତୀଙ୍କ ଉପରେ ଚଢିଯାଇଥିଲା । ଦୁର୍ଘଟଣାସ୍ଥଳରେ ଝିଅଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
You Can Read :
wp:embed {"url":"https://www.prameyanews7.com/robber-attack-husband-and-wife-on-road-after-failed-robbing-them-in-khunta-of-mayurbhanj/","type":"wp-embed","providerNameSlug":"prameya-news-7"} /wp:embed