ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

‘ଓୟୋ’ରେ ଖେଳ ଜମିଲାନି କି ଭାଗ ଛିଡିଲାନି: ଯୁବତୀଙ୍କ ଜିଦ୍‌-ଲକ୍ଷେ ନଦେଲେ, ପୋଲିସ ବାନ୍ଧିବ…

28/08/2021 at 11:44 AM

ଭୁବନେଶ୍ୱର ୨୮।୦୮: ମାଟ୍ରିମୋନି(ବିବାହ ମଧ୍ୟସ୍ଥତା) ଆପ୍‌ରେ ଦେଖା ହେଲା । କଥାବାର୍ତ୍ତାରୁ ହେଲେ ବନ୍ଧୁତା । ପରେ ପ୍ରେମ ହେଲା । ଆଉ ଯୁବତୀଙ୍କୁ ଦେଖା କରିବାକୁ ପ୍ରେମିକ ପାରାଦୀପରୁ ରାଜଧାନୀକୁ ମାଡି଼ ଆସିଲା । ଉଭୟେ ‘ଓୟୋ’ରେ ଗୋଟିଏ ରୁମ୍‌ରେ ରହିଲେ । ସେଠାରେ ଯୁବତୀଙ୍କ ଅସଲି ରୂପ ପଦାକୁ ଆସିଲା । ଅସଦାଚରଣ ଅଭିଯୋଗରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଡିମାଣ୍ଡ କଲେ, ଲକ୍ଷେ ଟଙ୍କା ଦେ… ନହେଲେ ଥାନାରେ ଏତାଲା ଦେବି । ପୁଲିସ ବାନ୍ଧିବ…ଏମିତି ଘଟଣା ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସପ୍ତାହେ ତଳେ ଅନ୍‌ଲାଇନ୍‌ ଆପ୍‌ରେ ଉଭୟଙ୍କ ଭେଟ ହୋଇଥିଲା । ପୁଅଟି ବେଙ୍ଗାଲୁରୁସ୍ଥିତ ଏକ ସଫ୍ଟୱେର କମ୍ପାନୀରେ ଚାକିରି କରୁଥିଲେ । କିନ୍ତୁ ଝିଅଟି ଭୁବନେଶ୍ୱରର ଫ୍ୟାସନ୍‌ ଡିଜାଇନିଂ କୋର୍ସ ପରେ ଘରେ ବସିଥିଲେ । ମାଟ୍ରିମୋନି ଆପ୍‌ରେ ପୁଅ-ଝିଅଙ୍କ ପ୍ରୋଫାଇଲ୍‌ ମିଶିବା ପରେ ଉଭୟେ ଫୋନ୍‌ରେ ବେଶ୍‌ କିଛି ଘଣ୍ଟା ଗପିଥିଲେ । ଉଭୟେ ଆଇଡି ମାର୍କେଟରେ ଥିବା ମା’ ମଙ୍ଗଳା ହୋଟେଲରେ ଭେଟିବାକୁ ଯୋଜନା କରିଥିଲେ । ରୁମ୍‌ ନମ୍ବର ୧୦୫ରେ ଉଭୟଙ୍କ ଭେଟଘାଟ ହେଲା । କିନ୍ତୁ କିଛି ସମୟ ପରେ ଯୁବତୀଜଣକ ରୁମ୍‌ରୁ ବାହାରି ଚିଲ୍ଲାଇବାକୁ ଲାଗିଲେ । ଫୋନ୍‌ କରି ଜଣେ ପୁରୁଷବନ୍ଧୁଙ୍କୁ ଡକାଇଲେ । ଆଖପାଖରୁ କିଛି ଲୋକ ଛିଡ଼ା ହୋଇ ତମାସା ଦେଖିଲେ ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଯୁବତୀଜଣକ ରୁମ୍‌ରେ ଅସଦାଚରଣ ଅଭିଯୋଗ ଆଣି ଯୁବକଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ କହିଥିଲେ । ପରେ ଯୁବକଙ୍କ ଗାଡି଼ ଚାବି ଛଡ଼ାଇ ନେଇଥିଲେ । ଯୁବକଙ୍କୁ ହୋଟେଲ ରିସେପସନ ଚେୟାରରେ ଜବରଦସ୍ତି ବସାଇ ଥାନାକୁ ଘୋଷାଡି ନେବାକୁ ଧମକ ବି ଦେଲେ ।

ନିରୁପାୟ ଯୁବକ ଜଣକ ଶେଷରେ ଦୌଡି ଯାଇ ନୂଆପଲ୍ଲୀ ଥାନାରେ ପହଞ୍ଚିଥିଲେ । ପଛେ ପଛେ ଯୁବତୀ, ତାଙ୍କ ଭଉଣୀ ଓ ପୁରୁଷବନ୍ଧୁ ମଧ୍ୟ ଥାନାକୁ ଯାଇଥିଲେ । ପୁଲିସ କହିଛି, ଓୟୋରେ ଏମିତି ଘଟଣା ଘଟିଛି ସତ । କିନ୍ତୁ ପରେ ଯୁବତୀ କି ଯୁବକ କେହି ଲିଖିତ ଅଭିଯୋଗ କଲେନି । ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଯାଇଥିଲା ।

   Related Posts