କୂଅ ଭିତରୁ ମିଳିଲା ଯୁବତୀଂକ ମୃତଦେହ, ପ୍ରେମ ସଂପର୍କକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
23/10/2018 at 7:13 PM

ଗଂଜାମ;୨୩/୧୦- ଯୁବତୀଙ୍କୁ ହତ୍ୟା ଅଭିଯୋଗ । ତଣ୍ଟି ଚିପି କରାଯାଇଛି ହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ସୁରଙ୍ଗି ନିକଟ କେଶପୁର ଗାଆଁ ରେ। କେଶପୁର ଗାଆଁ ର ଭବାନୀ ବେହେରା । ବୟସ ପାଖାପାଖି ୧୯ ବର୍ଷ । ଯୁକ୍ତ ଦୁଇ ବର୍ଷ ର ଛାତ୍ରୀ । ଗତ କିଛି ମାସ ହେଲା ନିକଟସ୍ଥ ଗାଆଁ ର ଗୌତମ ପ୍ରଧାନ ନାମକ ଜଣେ ବିବାହିତ ଯୁବକକୁ ଭବାନୀକୁ ଭଲ ପାଉଥିଲେ । ଏଭଳି ସ୍ଥିତିରେ ଗତ୨୦ ତାରିଖରେ ଭବାନୀ ଘରୁ କୁଆଡେ ଯାଇ ଘରକୁ ଫେରିନଥିଲା । ଭବାନୀଂକ ନିଖୋଜ ନେଇ ପରିବାରବର୍ଗ ଥାନାରେ ମାମଲା ରୁଜୁ କରିଥିଲେ । ଗତକାଲି କେଶପୁର ଗାଆଁ ନିକଟ ପରିତ୍ୟକ୍ତ ବିଲରେ ଥିବା ଏକ କୂଅରୁ ଭବାନୀର ଶବକୁ ପୁଲିସ୍ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ପଞ୍ଚନାମା ପାଇଁ ପଠାଇଥିଲେ। ଭବାନୀକୁ ଗୌତମ ହତ୍ୟା କରିଥିବା ବେଳେ ହତ୍ୟାକାରୀକୁ କଠୋର ଦଣ୍ଡ ବିଧାନ କରିବାକୁ ପରିବାରବର୍ଗ ଦାବୀ କରିଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରିଛି । ପ୍ରେମଜନିତ ହତ୍ୟାକାଣ୍ଡ ହୋଇଛି ନା ଅନ୍ୟ କଣ କାରଣ ରହିଛି ସେ ନେଇ ପୁଲିସ ଅଧିକ ତଦନ୍ତ କରୁଛି । ତଦନ୍ତ ପରେ ହତ୍ୟାକାଣ୍ଡ ର କାରଣ ଜଣାପଡିବା ଆଶା କରାଯାଉଥିବାବେଳେ ଦୋଷୀଙ୍କ ବିଋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍ ପି ଶାନ୍ତୁନୁ ଦାସ କହିଛନ୍ତି।