ରାଉରକେଲା ୧୧/୧୨: ଝାରସୁଗୁଡାରେ ମାରିଲା । ରାଉରକେଲାରେ ଫିଙ୍ଗିଲା । ପ୍ରେମ ବ୍ୟାପାରକୁ ନେଇ ବୀଭତ୍ସ ହତ୍ୟା । ପ୍ରେମିକାକୁ
ଦୁଷ୍କର୍ମ କରି ଜେଲ୍ ଯାଇଥିଲା ଅଭିଯୁକ୍ତ । ଜାମିନରେ ଆସିବା ପରେ ଘଟାଇଲା ନାରକୀୟ କାଣ୍ଡ । ପ୍ରେମିକାକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲା । ବ୍ରାହ୍ମଣୀ ନଦୀରୁ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିବାବେଳେ ନିକଟ ପୋଖରୀରୁ ମିଳିଛି ହାତ ଗୋଡ । ଏହା ସଂପୃକ୍ତ ଯୁବତୀଙ୍କର ବୋଲି ସନ୍ଦେହ କରାଯାଉଛି । ଏବେ ସୁଦ୍ଧା ମୁଣ୍ଡ ମିଳିନଥିବାରୁ ମୃତଦେହ ଚିହ୍ନଟ ପାଇଁ ପରିବାର ଲୋକଙ୍କୁ ଡାକିଛି ପୋଲିସ । ଅଭିଯୁକ୍ତକୁ ଧରି ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛି ପୋଲିସ । ସୁନ୍ଦରଗଡ ଧରୁଆଡିହି ଥାନା ଅଞ୍ଚଳର ଯୁବତୀକୁ ଦୁଷ୍କର୍ମ କରି ଜେଲ୍ ଯାଇଥିଲା ଅଭିଯୁକ୍ତ । ଜେଲ୍ରେ ଥାଇ ରାଗରେ ଜଳୁଥିଲା । କେମିତି ପ୍ରତିଶୋଧ ନେବ ସେହି ପ୍ଲାନ କରିଥିଲା । ଜେଲ୍ରୁ ବାହାରିବା ପରେ ପ୍ଲାନ ମୁତାବକ କାମ ଆରମ୍ଭ କରିଥିଲା । ଯୁବତୀ ଜଣକ ଝାରସୁଗୁଡାରେ ସଂପର୍କୀୟଙ୍କ ଘରେ ରହୁଥିଲେ । ୨ଦିନ ତଳେ ହଠାତ ନିଖୋଜ ହୋଇଯାଇଥିଲେ ଯୁବତୀ । ଏନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ପୋଲିସ ଅଭିଯୁକ୍ତକୁ ଝାରସୁଗୁଡାରୁ ଧରିବା ପରେ ଅସଲ କଥା ସାମ୍ନାକୁ ଆସିଥିଲା । ଯୁବତୀଙ୍କୁ ମାରି ବ୍ରାହ୍ମଣୀରେ ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲା । ଏହା ପରେ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା ପୋଲିସ