ମୁନିଗୁଡା ୧୧/୬: ବିବାହ ପାଇଁ ମନା କରିଦେଲା ପ୍ରେମିକା।ପ୍ରତିଶୋଧ ପରାୟଣ ହୋଇ ମାରିଦେଲା ପ୍ରେମିକ । ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ରାୟଗଡା ବିଷମକଟକ ଥାନା କିରିବିରି ଅଞ୍ଚଳର ଘଟଣା । ମୃତକ ସ୍ଥାନୀୟ ଅଞ୍ଚଳର ନୀତୁ ନାଉରି । ଦୀର୍ଘ ଦିନ ଧରି ଗୁଣପୁର ମରାଠିଗୁଡାର ଯୁବକ ମାନୁଆଲ ଶବର ସହ ଯୁବତୀଙ୍କ ପ୍ରେମ ସଂପର୍କ ଥିଲା । ତେବେ ଉଭୟଙ୍କ ସଂପର୍କକୁ ବିରୋଧ କରୁଥିଲେ ଯୁବତୀଙ୍କ ପରିବାର । ଘର ଲୋକଙ୍କ କଥାରେ ଯୁବତୀ ଜଣକ ମାନୁଆଲର ବିବାହ ପ୍ରସ୍ତାବକୁ ମନା କରିଥିଲେ । ଯାହାକୁ ସଂପର୍କ ତିକ୍ତ ହୋଇଥିଲା । ତେବେ ଭିତରେ ଭିତେର ରାଗରେ ଜଳୁଥିବା ମାନୁଆଲ ଯୁବତୀଙ୍କୁ ଦେଖା କରିବାକୁ ଫୋନ କରି ଡାକିଥିଲା । ତା ପରଠୁ ଯୁବତୀଙ୍କ ପତ୍ତା ମିଳିନଥିଲା । ଶେଷରେ ଜଙ୍ଗଲରୁ ମୃତଦେହ ଉଦ୍ଧାର ହେବା ପରେ ଝିଅକୁ ମାନୁଆଲ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତଦେହ ଜବତ କରି ସାଇଣ୍ଟିଫିକ ଟିମ୍ ସହାୟତାରେ ଛାନ୍ଭିନ୍ ଚଳାଇଛି ପୋଲିସ ।ହତ୍ୟାକାରୀରୁ କଠୋରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର ।
You Can Read: