ବାଲେଶ୍ୱରରେ ଯୁବତୀଙ୍କ ଉପରକୁ ଏସିଡ୍ ମାଡ
10/06/2018 at 7:30 AM

ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି ଘଟଣା | ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସାମ୍ନାରୁ ଆସି ଯୁବତୀଙ୍କ ଉପରକୁ ଏସିଡ୍ ମାଡ କରି ଫେରାର ହେଇଯାଇଛନ୍ତି | ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ଏସିଡ୍ ମାଡର କାରଣ ଅସ୍ପଷ୍ଟ ରହିଛି |