ମୋଦୀଙ୍କ ନିର୍ବାଚନୀ ସଭାରେ ବାଉଁଶ ଖୁଣ୍ଟି ଉପରକୁ ଚଢିଗଲେ ମହିଳା, ଭାଷଣ ବନ୍ଦ କରି ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ
11/11/2023 at 8:48 PM

ହାଇଦ୍ରାବାଦ: ପିଏମ୍ ମୋଦିଙ୍କ ନିର୍ବାଚନୀ ସଭାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ମଞ୍ଚରେ ମୋଦୀ ନିଜର ଭାଷଣ ଦେଉଥିବା ସମୟରେ ଅଚାନକ ଜଣେ ଝିଅ ଲାଇଟ୍ ଖୁଣ୍ଟିକୁ ଚଢିଯାଇଥିଲେ। ଏହା ପରେ ପୋଲିସ ପ୍ରଶାସନର ବି ମୁଣ୍ଡ ବିନ୍ଧାର କାରଣ ହୋଇଥିଲା। ଝିଅକୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ ପିଏମ୍ ମୋଦୀ। ସେ ତାଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଝିଅ ରାଜି ହୋଇ ଓହ୍ଲାଇଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
ତେଲେଙ୍ଗାନାରେ ଆଗାମୀ ୩୦ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହି ଅବସରରେ ସବୁ ଦଳ ବରିଷ୍ଠ ନେତାମାନେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତେଲେଙ୍ଗାନାରେ ପହଞ୍ଚି ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏଠାରେ ସେ ବିରୋଧୀ ଦଳକୁ ମଧ୍ୟ କଡା ସମାଲୋଚନା କରିଥିଲେ।
#WATCH | Secunderabad, Telangana: During PM Modi's speech at public rally, a woman climbs a light tower to speak to him, and he requests her to come down. pic.twitter.com/IlsTOBvSqA
— ANI (@ANI) November 11, 2023
ଏହି ସମୟ ମଧ୍ୟରେ ଜଣେ ଝିଅ ପୋଲ୍ ଉପରକୁ ଯିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ସାଧାରଣ ସଭାରେ ଉପସ୍ଥିତ ନେତା ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏହି ଘଟଣା ଅସନ୍ତୋଷ ପ୍ରକାଶ ପାଇଥିଲା। ସମସ୍ତେ ଝିଅକୁ ଓହ୍ଲାଇବାକୁ ଅନୁରୋଧ କରୁଥିବା ଦେଖାଯାଇଥିଲା
ଏହା ପରେ ମୋଦୀ ମଞ୍ଚରୁ ଥାଇ କହିଥିଲେ, ଝିଅ, ତଳକୁ ଆସ, ଦେଖ… ଏହା ଠିକ ନୁହେଁ। ଏହି ତାରଟି ନଷ୍ଟ ହୋଇଯାଇଛି। ଆମେ ତୁମ ସହିତ ଅଛୁ, ତୁମେ ତଳକୁ ଓହ୍ଲାଇ ଆସ। ଦେଖ, ଏଠାରେ ଯାଇଥିବା ବିପଦ ହୋଇପାରେ । ସେଠାରେ ଏକ ସର୍ଟ ସର୍କିଟ ହୋଇପାରେ। ସେ ଆହୁରି କହଥିଲେ- ଝିଅ, ଏଠାରେ ଏପରି କଲେ କୌଣସି ଲାଭ ହେବନି। ମୁଁ ତୁମ ପାଇଁ ଏଠାକୁ ଆସିଛି। ଆପଣ କୃଷ୍ଷା ଜୀ(ବିଜେପି ନେତା)ଙ୍କ କଥା ମାନନ୍ତୁ।’