oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଗରମ ଭାତହାଣ୍ଡିରେ ପଡି ଶିଶୁ କନ୍ୟା ମୃତ

5/08/2022 at 5:39 PM

ଦେବଗଡ ୫: ଗରମ ଭାତ ହାଣ୍ଡିରେ ପଡି ଶିଶୁ କନ୍ୟା ମୃତ । ଦେବଗଡ ପୌରାଞ୍ଚଳ ୧୧ ନମ୍ବର ୱାର୍ଡ ମ୍ୟୁନିସିପାଲଟି ସାହିରେ ଘଟିଛି ଏଭଳି ଘଟଣା । ମୃତ ଶିଶୁ କନ୍ୟା ହେଲେ ମ୍ୟୁନିସିପାଲଟି ସାହିର ମାନସ ରାଓଙ୍କ ଦୁଇ ବର୍ଷ ବୟସ୍କ ଝିଅ ରୁଦ୍ରାଣୀ ରାଓ ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତିରେ ଶିଶୁ କନ୍ୟାଙ୍କ ଜେଜେମା ଗରମ ରନ୍ଧା  ଭାତ ହାଣ୍ଡି ଚଟାଣରେ ରଖିଥିବା ବେଳେ ଅସାବଧାନତା ବଶତଃ ଶିଶୁ କନ୍ୟାଟି ହାଣ୍ଡି ମଧ୍ୟରେ ପଡି ଯାଇଥିଲା । ଫଳରେ ଶିଶୁ କନ୍ୟାଙ୍କ ଶରୀରର ନିମ୍ନ ଭାଗ ପୋଡିଯାଇ ଫୋଟକା ହୋଇଯାଇଥିବା ବେଳେ ପରିବାର ପକ୍ଷରୁ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ସକାଳେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର  ମୃତ୍ୟୁ ଘଟିଥିଲା ।  ମୃତ୍ୟୁ ପରେ ବୁର୍ଲା ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି  ।

   Related Posts