ବସ୍ ଧକ୍କାରେ ଶିଶୁକନ୍ୟା ମୃତ; ୨ ଆହତ
23/12/2022 at 6:47 PM

ଭଦ୍ରକ ୨୩/୧୨: ବସ୍ ଦୁର୍ଘଟଣାରେ ଶିଶୁକନ୍ୟା ମୃତ। ଏପରି ଏକ ଦୁଃଖଦ ଦୃଶ୍ୟ ଭଦ୍ରକ ବାଇପାସ ଜଗନ୍ନାଥ ମନ୍ଦିର ଛକ ପାଖରେ ଦେଖିବାକୁ ମିଳିଛି। ଖବର ଅନୁସାରେ ତିହିଡି଼ ବ୍ଲକ ଅଧିନ ଅଲ୍ଲୀନଗରରୁ ସେକ ଧନୀ ନାମକ ଯୁବକ ତାଙ୍କ ଭାଇ ଓ ଝିଅ(ଶିଶୁ)କୁ ନେଇ ବାଇକରେ ଭଦ୍ରକ ଆସୁଥିଲେ। ସେହି ସମୟରେ ଏକ ବସ ବାଇପାସରେ ତାଙ୍କ ବାଇକକୁ ସାଇଟ ମାରିବାରୁ ବାଇକରେ ଥିବା ସେମାନେ ବାମପଟକୁ ପଡ଼ିଯାଇଥିଲେ।
ଅନ୍ୟପଟେ ଶିଶୁଟି ବସର ଚକ ତଳେ ଛିଟିକି ପଡ଼ିଥିଲା। ଫଳରେ ଶିଶୁର ଶୋଚନୀୟ ମୃତ୍ୟୁ ହୋଇଛି। ଏଥିପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକମାନେ କିଛି ସମୟ ପାଇଁ ସେଠାରେ ରାସ୍ତା ଅବରୋଧ କରିଛନ୍ତି। ଉତ୍ତେଜିତ ଲୋକମାନେ ଘଟଣା ଘଟାଇଥିବା ବସର କାଚ ଭାଙ୍ଗିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରୁଛି।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023