ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯେତେବେଳେ ଚାହିଁଲା ଟଙ୍କା ନେଲା, ହେଲେ ପ୍ରତାରଣା କରି ଆଉ କାହାକୁ ବାହା ହେଲା ପ୍ରେମିକା, ବରଗାଡ଼ିକୁ ଅଟକ ରଖିଲା ପ୍ରେମିକ

4/06/2022 at 6:41 PM

ଭଦ୍ରକ, ୦୪/୦୬: ପ୍ରଥମେ ପ୍ରେମ, ପୁଣି ପ୍ରେମ ଆଳରେ ଆବଶ୍ୟକତା ଅନୁଯାୟୀ ପ୍ରେମିକା ଓ ପ୍ରେମିକାର ପରିବାରକୁ ଟଙ୍କା ଦେଉଥିଲେ । କିନ୍ତୁ ହଠାତ ପ୍ରେମିକା ବାହା ହେଉଥିବା ଜାଣିବା ପାଇଁ ପାଇଲେ ପ୍ରେମିକ । ଥାନାକୁ ଯାଇଥିଲେ କିନ୍ତୁ ଶେଷରେ ପ୍ରେମିକା ଓ ତାଙ୍କ ବରଙ୍କୁ ରାସ୍ତା ମଝିରେ ଅଟକାଇ ହଙ୍ଗାମା କଲେ ପ୍ରେମିକ । ଆଉ ଟଙ୍କା ଫେରାଇଲେ ପ୍ରେମିକାକୁ ଛାଡିବ ବୋଲି କହିଛି ପ୍ରେମିକ । ଏମିତି କିଛି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳରେ ।

ଲଭ ପରେ ଧୋକା । ଶେଷରେ ଆଉ ଜଣେ ଯୁବକଙ୍କ ସହିତ ବାହାଘର ଦେଖି ସହି ପାରିଲା ନାହିଁ ପ୍ରେମିକ । ବର ଓ କନ୍ୟାଙ୍କୁ ନେଇ ଯାଉଥିବା ଗାଡିକୁ ଅଟକାଇ ପ୍ରେମିକା ପାଇଁ ଖର୍ଚ୍ଚ କରିଥିବା ଟଙ୍କା ମାଗିଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ବରାଙ୍ଗ ଗ୍ରାମର ନିସାକର ବାରିକଙ୍କ ପୁଅ ଦୀନବନ୍ଧୁ ବାରିକ, ବାସୁଦେବପୁର ଥାନା ଅଧିନ ଲୁଙ୍ଗା ପଞ୍ଚାୟତର ବାରିକ ସାହି ଗ୍ରାମର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକଙ୍କୁ ଭଲ ପାଉଥିଲେ । 

ପୁଅ- ଝିଅର ପରିବାର ସହ କଥା ମଧ୍ୟ ହେଉଥିଲେ । ଦୁଇ ଜଣଙ୍କ ବାହାଘର କରିବେ ବେଲି ଝିଅର ବାପା ପୁଅକୁ କଥା ଦେଇଥିଲେ । ପୁଅ ପାଖରୁ ଟଙ୍କା ମଧ୍ୟ ନେଇଥିଲେ । ସଂପର୍କ ଯୋଡ଼ିବା ପାଇଁ ପୁଅର ପରିବାର ଓ ଝିଅ ପରିବାର ଫୋନ ଯୋଗୋ କଥାବାର୍ତ୍ତା କରୁଥିଲେ । ସବୁକିଛି ଠିକ୍ ଠାକ୍ ଥିଲା । କିନ୍ତୁ ଗତକାଲି ରାତିରେ ହଠାତ ପୁଅ ଜାଣିବା ପାଇଁ ପାଇଲା ଯେ ଝିଅର ଅନ୍ୟ ସ୍ଥାନରେ ବାହାଘର ହେବାକୁ ଯାଉଛି । ପିରହାଟ ଥାନା ଦୈଲତପୁର ଅଞ୍ଚଳର ଯୁବକ ତାଙ୍କ ପ୍ରେମିକାକୁ ବାହା ହେଉଛନ୍ତି । ପୁଅ ଫୋନ ଯୋଗେ ଝିଅର ବାପାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇନଥିଲେ ।

ଏନେଇ ପୁଅ ସାବରଙ୍ଗ ଥାନାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୋଗ କରିଥିଲେ । ଆଜି ବାହାଘର ସାରି ବର ଓ କନ୍ୟା ଫେରୁଥିବା ବେଳେ ପ୍ରେମିକ ଦିନବଂଧୁ ବାରିକ ଇଛାପୁର ଠାରେ ବର ଗାଡ଼ିକୁ ଅଟକାଇଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସାବରଙ୍ଗ ପୋଲିସ ପହଞ୍ଚି ସମସ୍ତଙ୍କ ଥାନାକୁ ଆଣିଥିଲା । ଥାନାରେ ତିନି ପକ୍ଷ ପହଞ୍ଚିବା ପରେ ବର ଓ କନିଆଁକୁ ଛାଡ଼ିଦେଇଥିଲା ପୋଲିସ । ଝିଅର ବାପା ସୁଶାନ୍ତ ବାରିକ ଓ ପ୍ରେମିକ ଦୀନବନ୍ଧୁ ବାରିକଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

   Related Posts