ଘରେ ନିଆଁ ଲାଗି ନାବାଳିକା ଜୀବନ୍ତ ଦଗ୍ଧ
18/05/2018 at 1:25 PM

ଗୋଠ ଗାଆଁ ରେ ଅଘଟଣ । ଶେରଗଡ ଥାନା ଅନ୍ତର୍ଗତ ଗୋଠ ଗାଆଁ । ଏହି ଗାଆଁର ବାସୁଦେବ ବିଶ୍ବାଳଙ୍କ ଝିଅ ଲକ୍ଷ୍ମି ବିଶ୍ବାଳ ଘରେ ରୋଷେଇ କରୁଥିଲେ। ଚାଳ ଛପର ଘରେ କରୁଥିଲେ ରୋଷେଇ। ଘର ବାରିପଟେ ଦିନ ଦ୍ବି ପ୍ରହରରେ ରୋଷେଇ କରୁଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ଚିତ୍କାର ଶୁଣି ସାହି ପଡୋଶୀ ପ୍ରଥମେ ନିଆଁ କୁ ଆଯତ୍ତ କରି ନାବାଳିକାକୁ ଉଦ୍ଧାର କରିଥିଲେ। ପରେ ବାପା ମାଆଙ୍କୁ ଖବର ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ହିଞିଳି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଡାକ୍ତର ସେଠାରେ ମୁତ ଘୋଷଣା କରିଥିବା ପରିବାରବର୍ଗ କହିଛନ୍ତି। ଘଟଣାସ୍ଥଳରେ ଶେରଗଡ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।
Related Posts
ଗୃହରେ ସ୍ପଷ୍ଟ କଲେ ନବୀନ, କହିଲେ- ଶ୍ରଦ୍ଧା ମୋର ଫିଜିଓ ଥେରାପିଷ୍ଟ
3 October 2023