ମୋବାଇଲ୍‌ ରିଚାର୍ଜ କରିବା ପାଇଁ ବାପା ଦେଲେନି ଟଙ୍କା, ଆତ୍ମହତ୍ୟା କରିଦେଲା ଝିିଅ

Published By : Prameya-News7 Bureau | December 04, 2022 IST

ଆଠମଲ୍ଲିକ୍‌, ୪/୧୨: ବାପା ମୋବାଇଲ ରିଚାର୍ଜ ପାଇଁ ଟଙ୍କା ନଦେବାରୁ ଝିଅର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଠମଲ୍ଲିକ ଏନ୍‌ଏସି ଅନ୍ତର୍ଗତ ୱର୍ଡ ନମ୍ବର ୯ରେ । ଗତକାଲି ୯ ନମ୍ବର ୱର୍ଡର ଭଗବାନ ମହାକୁଡ଼ଙ୍କ ବଡ଼ ଝିଅ ବର୍ଷାରାଣୀ ମହାକୁଡ଼(୨୧), ମୋବାଇଲ ରିଚାର୍ଜ କରିବା ପାଇଁ ବାପାଙ୍କୁ ଟଙ୍କା ମାଗିଥିଲା । ଦିନ ମଜୁରିଆ ଭଗବାନ ମହାକୁଡ଼ ନିକଟରେ ଟଙ୍କା ନଥିବାରୁ ସେ ଝିଅକୁ ଟଙ୍କା ଦେଇନଥିଲେ ।

ପରେ ଟଙ୍କା ଆସିଲେ ଦେବି କହିଥିଲା । ମୋବାଇଲ ରିଚାର୍ଜ ପାଇଁ ଟଙ୍କା ନମିଳିବାରୁ ଝିଅ ବର୍ଷାରାଣୀ ରାଗରେ ଘରୁ ବାହାରି ଯାଇଥିଲା । ବାପା ଭାବିଲେ କିଛି ସମୟରେ ପରେ ଝିଅ ଘରକୁ ଆସିଯିବ । ମାତ୍ର ଝିଅ ରାତିସୁଦ୍ଧା ନ ଫେରିବାରୁ ବାପା ଆଠମଲ୍ଲିକ ଥାନାରେ  ଅଭିଯୋଗ କରିଥିଲେ । ଆଜି କିଛି ଲୋକଙ୍କ ଠାରୁ ଖବର ପାଇଥିଲେ ତାଙ୍କ ଝିଅ ଆଠମଲ୍ଲିକ ମାଲିପଦର ନିକଟରେ ବୁଲୁଥିଲା । ବଗିଚା ନିକଟରେ ଖୋଜା ଖୋଜି କରିବାରୁ ସେ ଏକ ଗଛରେ ଝିଅ ଆତ୍ମହତ୍ୟା କରିଥିବାର ଦେଖିବାକୁ ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.