ଓମ୍ ନଗର ଅଞ୍ଚଳରେ ଯୁବତୀଙ୍କ ଆତ୍ମହତ୍ୟା, ମିଳିଲା ସୁଇସାଇଡ୍‌ ନୋଟ୍‌

Published By : Prameya-News7 Bureau | November 14, 2022 IST

ବ୍ରହ୍ମପୁର, ୧୪/୧୧: ବଡ ବଜାର ଥାନା ଅନ୍ତର୍ଗତ ଓମ୍ ନଗର ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତ ତିନି ଦିନ ପୂର୍ବେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ବେଳେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜରୁଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଝୁଲନ୍ତା ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି ପୋଲିସ୍‌ । ଘଟଣା ସ୍ଥଳରୁ ସୁସାଇଡ ନୋଟ ମଧ୍ୟ ପୋଲିସ୍‌ ଜବତ କରିଥବା ଜଣାପଡ଼ିଛି । ଘଟଣାର ତଦନ୍ତ ପରେ ଆତ୍ମହତ୍ୟାର ରହସ୍ୟ ଜଣାପଡିବ ବୋଲି ଏସ୍‌ପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.