ପ୍ରତାରଣାକାରୀ ପ୍ରେମିକ ଉପରେ ପ୍ରେମିକାର ଅଜବ ପ୍ରତିଶୋଧ, ଠକ ବୋଲି ସାରା ସହରରେ ଜଣାଇବା ପାଇଁ ଦେଲେ ବିଜ୍ଞାପନ

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ, ୧୩/୦୮: କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏବେ ପ୍ରେମ ପ୍ରତାରଣାକୁ ନେଇ ବେଶ୍‌ ଚର୍ଚ୍ଚା । କେଉଁଠି ପ୍ରେମିକର ପ୍ରତାରଣା ସହିନପାରି ପ୍ରେମିକା ଆତ୍ମହତ୍ୟା କରୁଛି ତ ଆଉ କୋଉଠି ପ୍ରେମିକାର ଅନ୍ୟ ପୁଅ ସହ ଅଫେୟାର୍‌କୁ ନେଇ ପ୍ରେମିକ ଅତ୍ମହତ୍ୟା କରୁଛି । ଆଉ କିଛି କିଛି କ୍ଷେତ୍ରରେ ପ୍ରତିଶୋଧ ପରାୟଣ ହୋଇ ଅପରାଧ କରିବସୁଛନ୍ତି ପ୍ରମରେ ଧୋକା ଖାଇଥିବା ଯୁବପୀଢ଼ି । ପରକୀୟ ପ୍ରୀତି ମଧ୍ୟ ଏକ ମାରାତ୍ମକ ବ୍ୟାଧି ଭଳି ମାଡ଼ିବାରେ ଲାଗିଛି ।

ଏଥିପାଇଁ ଅନେକ ଡିପ୍ରେସନ୍‌ର ଶିକାର ହେଉଥିବା ବେଳେ କିଛି ବିଭିନ୍ନ ଉପାୟରେ ପ୍ରତିଶୋଧ ନେଉଛନ୍ତି । ଏପରି ବିଭିନ୍ନ ଘଟଣା ଲୋକଲୋଚନକୁ ଆସୁଛି । ଆଉ କିଛି ସୀମିତ ମଧ୍ୟ ରହୁଛି । ହେଲେ ଜଣେ ପ୍ରେମିକ ଠାରୁ ପ୍ରତିଶୋଧ ନେବା ପାଇଁ ପ୍ରେମିକାଙ୍କ ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକା ଜଣକ ପ୍ରେମିକ ନାମରେ ଖବର କାଗଜର ଏକ ସମ୍ପୂର୍ଣ୍ଣ ପେଜ୍‌ରେ ବିଜ୍ଞାପନ ଦେବା ଘଟଣା ସମସ୍ତଙ୍କୁ ଯେତିକି ଚକିତ କରିଛି ସେତିକି ମଜା ମଧ୍ୟ ପ୍ରଦାନ କରିଛି ।

ପ୍ରେମିକା ଜଣକ ଏହି ବିଜ୍ଞାପନରେ ଲେଖିଛନ୍ତି ଯେ “ପ୍ରିୟର ଷ୍ଟିଭ୍‌- ମୁଁ ଆଶା କରୁଛି ତୁମେ ତାଙ୍କ ସହ ବେଶ୍‌ ଖୁସିରେ ଥିବ । ବର୍ତ୍ତମାନ ସାରା ସହର ତୁମେ କେତେବଡ଼ ଠକ ଆଉ ପ୍ରତାରଣାକାରୀ ଭଲ ଭାବେ ଜାଣିପାରିଥିବେ । ଇତି ତୁମର ଜେନୀ । ମୁଁ ତୁମ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ଏହି ବିଜ୍ଞାପନଟି ଛପାଇଛି” । ତେବେ ଏହି ବିଜ୍ଞାପନକୁ ଦେଖି ଏନେକ ପାଠକ ବିଭିନ୍ନ ପ୍ରତିକ୍ରିୟା ଦେଇଥିବା ବେଳେ ସୋସିଆଲ୍‌ ମିଡିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.