Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଖ୍ୟାତ ଲେଖକ ତଥା ଅଭିନେତା ଗିରୀଶ କର୍ଣ୍ଣଡଙ୍କ ନିଧନରେ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବଲିଉଡର ଅନେକ ତାରକା

10/06/2019 at 12:27 PM

ପ୍ରଖ୍ୟାତ ଲେଖକ ଏବଂ ଅଭିନେତା ଗିରୀଶ କର୍ଣ୍ଣଡଙ୍କ ପରଲୋକ । ୮୧ବର୍ଷ ବୟସରେ ବେଙ୍ଗାଲୁରୁରେ ତାଙ୍କର ଦେହାନ୍ତ ହୋଇଛି । ଗିରୀଶ କର୍ଣ୍ଣଡ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କର୍ଣ୍ଣଡ ଭାଷାରେ ସେ ଲେଖିଥିବା ଅନେକ ନାଟକ ଅନ୍ତର୍ଜାତୀୟ ପ୍ରସିଦ୍ଧି ପାଇଛି । ଅନବଦ୍ୟ କୃତି ପାଇଁ ତାଙ୍କୁ ୧୯୭୨ରେ ସଂଗୀତ ନାଟକ ଏକାଡେମୀ, ୧୯୮୮ରେ ଜ୍ଞାନପୀଠ ଏବଂ ୧୯୯୪ରେ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି । ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସମ୍ମାନରେ ଗୀରିଶ ସମ୍ମାନିତ ହୋଇଛନ୍ତି ।

ସିନେମା ଜଗତର ତମାମ ହସ୍ତୀ ଏବଂ ରାଜନୈତିଜ୍ଞ ତଥା ରାଜନେତା ଗିରିଶଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ ଜରିଆରେ ଗିରିଶ କର୍ଣ୍ଣଡଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶୋକ ପ୍ରକଟ କରିଛନ୍ତି । ବଲିଉଡ ଜଗତର ବିଭିନ୍ନ ତାରକା, କଣ୍ଠଶିଳ୍ପୀ ଶୋକ ବ୍ୟକ୍ତ କରି ଗିରିଶଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୋନାମ କପୁର, କମଲ ହାସନ, ଦିବ୍ୟା ଦତ୍ତ, ମାଳିନୀ ଅୱସ୍ଥି, ସୃତି ହାସନ, ଦକ୍ଷିଣ ଫିଲ୍ମ ଜଗତ ଅଭିନେତା ସିଦ୍ଧାର୍ଥ ପ୍ରମୁଖ ଟ୍ୱିଟ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ତାଙ୍କ ଷ୍ଟାଇଲ୍‌ ଥିଲା କୁଲ୍‌। ସିମ୍ପଲିସିଟି ଥିଲା ଜୀବନର ଆଦର୍ଶ। କିନ୍ତୁ ତାଙ୍କ ସିନେମାରେ ଥିଲା ସମାଜରେ ଋଢ଼ିବାଦି ଚିନ୍ତାର ବିପ୍ଲବ। ଏମିତି ଜଣେ ସାହିତ୍ୟିକ ଅଭିନେତା ନିର୍ଦ୍ଦେଶକ ଥିଲେ ଗିରିଶ କର୍ଣ୍ଣଡ଼। ନାଟକ ଥିଲା ତାଙ୍କର ସାଧନା, ଅଭିନୟ ଥିଲା ତାଙ୍କ ପ୍ରାଣବିନ୍ଦୁ। ଆଜି ୮୧ ବର୍ଷ ବୟସରେ ଯବନିକା ପଡ଼ିଛି ଶେଷ ହୋଇଛି ଏକ ଲମ୍ବା ନାଟକ। ଗିରିଶ କର୍ଣ୍ଣଡ଼ଙ୍କର ପରଲୋକ ହୋଇଛି।

୧୯୩୮ ମସିହାରେ ମହାରାଷ୍ଟ୍ରରେ ତାଙ୍କର ଜନ୍ମ। ବିଧବା ବିବାହ ସଂସ୍କାର ସହିତ ଯୋଡ଼ି ହୋଇଥିଲା ଗିରିଶଙ୍କ ପରିବାରର। ମା ବିଧବାବସ୍ଥାରେ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ ଏବଂ ଗିରିଶ ଥିଲେ ତୃତୀୟ ସନ୍ତାନ। ବାପାମାଙ୍କ ନାଟକ ପ୍ରତି ରୁଚି ତାଙ୍କୁ ନାଟକ ସହିତ ଯୋଡ଼ିଥିଲା। ତେବେ ପରେ ବାପାମା କର୍ଣ୍ଣାଟକ ଯିବା ପରେ ସେଠାରେ ତାଙ୍କର ସ୍କୁଲ ଶିକ୍ଷା ହୋଇଥିଲା। ଗଣିତର ଡିଗ୍ରୀ ହାସଲ ପରେ ସେ ଇଂଲଣ୍ଡରେ ଦର୍ଶନ ଶାସ୍ତ୍ର ସହିତ ଶିକ୍ଷାଲାଭ କରିଥିଲେ।

ତେବେ ପରେ ବିଭିନ୍ନ ନାଟକ ଗ୍ରୁପ ସହିତ ଯୋଡ଼ି ହୋଇ ସେ ନିଜକୁ ନାଟକ ପାଇଁ ଉତ୍ସର୍ଗ କରିଥିଲେ। ନାଟକ ଯଜାତି ତାଙ୍କୁ ପ୍ରାଥମିକ ଖ୍ୟାତି ଦେଲା। ଏହାପରେ ନେହେରୁଙ୍କୁ ସମାଲୋଚନା କରିସେ ଲେଖିଥିଲେ ନାଟକ ତୋଗଲକ। ୧୯୭୦ରେ ଗିରିଶ କର୍ଣ୍ଣଡ଼ ଫିଲ୍ମରେ ପାଦ ଦେଇଥିଲେ। ସଂସ୍କାର ଥିଲା ପ୍ରଥମ ଫିଲ୍ମ। ଗୋଟିଏ ପରେ ଗୋଟିଏ କନ୍ନଡ଼ ଫିଲ୍ମ ତାଙ୍କୁ ଦେଶଭିତରେ ଦେଇଥିଲେ ସ୍ବତନ୍ତ୍ର ପରିଚିଚତି।

ଶ୍ୟାମ ବେନେଗଲଙ୍କ ନିଶାନ୍ତ, ମନ୍ଥନ ତାଙ୍କୁ ହିନ୍ଦି ଫିଲ୍ମ ଦୁନିଆରେ ପ୍ରସିଦ୍ଧି ଦେଇଥିଲା। ସେହିପରି  ପୁକାର, ସ୍ବାମି, ସୂତ୍ରଧର ଫିଲ୍ମରେ ସେ ନିଜ ଅଭିନୟର ଏକ ନୂଆ ଶିଖର ଛୁଇଁଥିଲେ। ଆଧୁନିକ ଯୁଗର ସିନେମାରେ ସେ ଇକବାଲ, ଡୋର, ଟାଇଗର ଜିନ୍ଦା ହେରେ ଅଭିନୟ କରିଥିଲେ।

ସାହିତ୍ୟ ଓ ସିନେମା ପାଇଁ ସେ ଅନେକ ଗୁଡ଼ିଏ ସମ୍ମାନ ଓ ପୁରସ୍କାର ପାଇଛନ୍ତି। ସଂଗୀତ ନାଟକ ଏକାଡେମୀ ପୁରସ୍କାରଠାରୁ ଜ୍ଞାନପୀଠ, କାଳିଦାସ ସମ୍ମାନଠାରୁ ପଦ୍ମଶୀ ଓ ପଦ୍ମଭୂଷଣ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା।  ଗିରଶ କନ୍ନଡ଼ଙ୍କ ଦେହାନ୍ତ ସହିତ ନାଟକ ସିନେମାରେ ଏକ ଯୁଗର ପରିସମାନ୍ତ ଘଟିଛି।

   Related Posts