ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୬ ଜୀବନ

Published By : Prameya-News7 Bureau | November 18, 2023 IST

ଟାଟାନଗର: ଝାଡଖଣ୍ଡ ଗିରିଡିହି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ।  କୋଡରମା-କୋଓ୍ବାଡ-ଭରକଟ୍ଟା ଜାତୀୟ ରାଜପଥରେ ଗଛରେ ପିଟି ହେଲା ସ୍କର୍ପିଓ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ବିରେନୀ ମୁଫାସିଲ ଥାନା କ୍ଷେତ୍ରରେ ସୀମାନ୍ତକୁ ଲାଗିକରି ବାଘମାରା ନିକଟରେ ଶନିବାର ଭୋର ୩ଟା ସମୟ ଏହି ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାରେ ସ୍କର୍ପିଓ ଚାଳକ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, ଘଟଣାସ୍ଥଳରେ ୫ଜଣ ପ୍ରାଣ ହରାଇଥିଲେ । ସେହିପରି ଅନ୍ୟଜଣଙ୍କୁ ଧନବାଦ ହସ୍ପିଟାଲକୁ ନେବା ରାସ୍ତାରେ ମୃତ୍ୟୁ ହୋଇଥିଲା । ମୃତମାନେ ବିରେନୀ ଥାନା ଅଞ୍ଚଳର ଅଧିବାସୀ ବୋଲି ଜଣାପଡ଼ିଛି ।

wp:embed {"url":"https://www.prameyanews7.com/chatgpt-boss-sam-altman-fired-openai-removes-him-from-ceo-post/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chatgpt-boss-sam-altman-fired-openai-removes-him-from-ceo-post/
/wp:embed

ଦୁର୍ଘଟଣା ଖବର ମିଳିବା ପରେ ମୁଫାସିଲ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତଙ୍କ ପରିବାର ଲୋକ ହସ୍ପିଟାଲରେ ପହଞ୍ଚି ଶବକୁ ଚିହ୍ନଟ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ୬ଜଣ ଏକ ସ୍ପର୍ପିଓରେ ବିବାହ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ନିୟନ୍ତ୍ରଣ ହରାଇ ଦ୍ରୁତଗତିରେ ଏକ ଗଛରେ ପିଟି ହୋଇଥିଲା । ଫଳରେ ଚାଳକଙ୍କ ସମେତ ମୋଟ୍ ୬ଜଣ ପ୍ରାଣ ହାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.