ଗିରିଧରଙ୍କ ତୁଟିଗଲା ପଦ୍ମମୋହ, ପୁଣି ପୁଅକୁ ଧରି ଡେଇଁବେ ଅନ୍ୟଦଳ
25/01/2023 at 11:13 AM

ଭୁବନେଶ୍ୱର ୨୫।୦୧ : ବିଜେପି ଛାଡିଲେ ଗମାଙ୍ଗ ବାପ-ପୁଅ । ବିଧିବଦ୍ଧ ଭାବେ ବିଜେପିରୁ ଛାଡିଲେ ଗିରିଧାରୀ ଗମାଙ୍ଗ ଓ ଶିଶିର ଗମାଙ୍ଗ । ଏହାସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଉଭୟ ପ୍ରେସମିଟ୍ରେ ଜରିଆରେ ଏହି ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ପଦ୍ମ ପୋଖରୀ ଛାଡିଲେ ବରିଷ୍ଠ ବିଜେପି ନେତା ଡକ୍ଟର ଗିରିଧର ଗମାଙ୍ଗ ଓ ତାଙ୍କର ପୁଅ ଶିଶିର ଗମାଙ୍ଗ । କିଛି ଦିନ ତଳେ ବାପା ପୁଅ ଯୋଡି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଉଭୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କ ନୂଆ ଦଳ ଭାରତ ରାଷ୍ଟ୍ର ସମିତି (BRS)ରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଗମାଙ୍ଗ ବାପ-ପୁଅ କିଛି ଦିନ ତଳେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଥିଲେ ।
ସୂଚନାଯୋଗ୍ୟ ଯେ, ଭାରତୀୟ ଜାତୀୟ କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ଗିରିଧାରୀ ଗମାଙ୍ଗ । ୧୭ ଫେବୃଆରୀ ୧୯୯୯ରେ ଗିରିଧାରୀ ଗମାଙ୍ଗଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଭାବେ ଦାୟିତ୍ୱ ମିଳିଥିଲା । ପ୍ରାୟ ୨୯୨ ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ୬ ଡିସେମ୍ବର ୧୯୯୯ରେ ଇସ୍ତଫା ଦେଇଥିଲା । ଏହାପରେ ହେମାନନ୍ଦ ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ତେବେ ଦଳ ସହିତ ବିବାଦ କାରଣରୁ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁଅ ୨୦୧୫ ମସିହାରେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଥିଲେ । ଆଉ ବିଜେପିରେ ସାମିଲ ହୋଇଥିଲା ବାପ-ପୁଅ । ହେଲେ ଏବେ ଉଭୟ ଗମାଙ୍ଗ ବାପ-ପୁଅ ବିଜେପିକୁ ବାଏ ବାଏ କରିଛନ୍ତି । ,