ପଞ୍ଜାବରେ ହତ୍ୟା ସହ ଆଇଏସଆଇ ଲିଙ୍କ୍, ଗିରଫ ଆତଙ୍କବାଦୀ ମାନିଗଲେ ସୀମା ଆରପଟୁ ଆସୁଛି ନିର୍ଦ୍ଦେଶ

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ,୦୭/୧୨:   ଦିଲ୍ଲୀର ଶକରପୁରରୁ ଗିରଫ ହୋଇଥିବା ଇସଲାମିକ୍ ଓ ଖଲିସ୍ଥାନ ସଙ୍ଗଠନ ସହ ଜଡିତ ୫ ଆତଙ୍କବାଦୀ ଚକିତ କଲାଭଳି ତଥ୍ୟ ଦେଇଛନ୍ତି । ଜେରା ସମୟରେ ପାକିସ୍ତାନରେ ଥିବା ଖଲିସ୍ଥାନୀ ଆତଙ୍କବାଦୀ ଓ ଆଇଏସଆଇ ପଞ୍ଜାବରେ ଟାର୍ଗେଟ୍ କିଲିଂ ପାଇଁ ଯୋଜନା କରୁଥିବା ସେମାନେ କହିଛନ୍ତି ।

ପୋଲିସର ସ୍ପେଶାଲ ସେଲ୍ ସୋମବାର ଏକ ଏନକାଉଣ୍ଟରରେ ୫ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏହି ଆତଙ୍କବାଦୀଙ୍କ ମଧ୍ୟରେ  ୩ଜଣ ଇସଲାମିକ ସଙ୍ଗଠନ ସହ ଜଡିତ ଥିବା ବେଳେ ୨ଜଣ ଖଲିସ୍ତାନୀ ସଙ୍ଗଠନ ସହ ଜଡିତ ଥିଲେ ।

{"id":373973,"sizeSlug":"large"}

ସ୍ପେଶାଲ ସେଲ୍ କହିଛି ଯେ, ଗିରଫ ଆତଙ୍କବାଦୀମାନଙ୍କ ମଧ୍ୟରେ ପଞ୍ଜାବର ଗୁରୁଦାସପୁରରେ ରହୁଥିବା ଗୁରଜିତ ସିଂ ଓ ସୁଖଦୀପ ସିଂ ସାମିଲ ଅଛନ୍ତି । ଏହାବ୍ୟତୀତ ଅନ୍ୟ ୩ ହେଲେ ଜମ୍ମୁ-କାଶ୍ମୀରରେ ରହୁଥିବା ଆୟୁବ ପଠାନ, ଶବୀର ଅହମ୍ମଦ ଓ ରିୟାଜ । ପୋଲିସ ଏନକାଉଣ୍ଟର ପରେ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

ଗିରଫ ହେବା ପରେ ସେମାନେ କହିଛନ୍ତି ଯେ, ପାକିସ୍ତାନରେ ଥିବା କିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ମିଶି ଆଇଆସଆଇର ଇସାରାରେ ପଞ୍ଜାବରେ ବଲବିନ୍ଦର ସିଂ ସଂଧୁଙ୍କୁ ହତ୍ୟା କରିଥିଲେ । ବଲବିନ୍ଦର ସୌର୍ଯ୍ୟ ପୁରସ୍କାର ପାଇଥିଲେ । ଏହି ହତ୍ୟାକାଣ୍ଡରେ ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସାମିଲ ଅଛି । ସୁଖଦୀପ ପଞ୍ଜାବରେ ଅନେକ ସଙ୍ଘର ନେତାଙ୍କୁ ଟାର୍ଗେଟ୍ କିଲିଂ କରିସାରିଛି । ସେ ଆଇଏସଆଇର ନିର୍ଦ୍ଦେଶରେ କାମ କରେ ।

ସୂଚନାଯୋଗ୍ୟ, ସୋମବାର ସକାଳେ ପୂର୍ବଦିଲ୍ଲୀର ଶକରପୁରରେ ପୋଲିସ ଏନକାଉଣ୍ଟର କରି ୫ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏବେବି ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.