LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗିଲ୍‌ଙ୍କ ଆଇପିଏଲ୍‌ରେ ତୃତୀୟ ଶତକ, କୋହଲିଙ୍କ ସ୍ପେଶାଲ କ୍ଲବରେ ମାରିଲେ ଏଣ୍ଟ୍ରି

26/05/2023 at 11:26 PM

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସର ଓପନର ଶୁଭମନ ଗିଲ୍‌ ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲରଙ୍କୁ ନିର୍ମମ ପ୍ରହାର କରିଛନ୍ତି। ନିଜର ଚମତ୍କାର ଫର୍ମ ବଜାୟ ରଖି ଶତକୀୟ ଇନିଂସ ଖେଳିଛନ୍ତି ଏହି ଉଦୀୟମାନ ବ୍ୟାଟର। ସେ ୬୦ ବଲ୍‌ରୁ ୭ ଚୌକା ଏବଂ ୧୦ ଛକା ଦମରେ ୧୨୯ ରନ କରିଛନ୍ତି। ଏହା ଚଳିତ ଆଇପିଏଲ୍‌ରେ ଗିଲ୍‌ଙ୍କ ତୃତୀୟ ଶତକ। ଶତକ ସହ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ସେ ମହାନ ବ୍ୟାଟର ବିରାଟ କୋହଲିଙ୍କ ଏକ ସ୍ଵତନ୍ତ୍ର କ୍ଲବରେ ସାମିଲ୍ ହୋଇଛନ୍ତି।

ଗିଲ୍ ଗୋଟିଏ ସିଜିନରେ ତିନୋଟି କିମ୍ବା ଅଧିକ ଶତକ ମାରିବାରେ ଦ୍ଵିତୀୟ ଭାରତୀୟ ବ୍ୟାଟର। କୋହଲି ଆଇପିଏଲ୍ ୨୦୧୬ରେ ୪ ଶତକ ଅର୍ଜନ କରିଥିଲେ। ତେବେ ଆଇପିଏଲ୍‌ର ୧୬ତମ ସିଜିନରେ ୩ ଶତକ ହାସଲ କରିବାରେ ଗିଲ୍ ଏକ ମାତ୍ର ବ୍ୟାଟର। ଏହାପରେ ଅଛନ୍ତି କୋହଲି, ଯିଏ ଚଳିତ ସଂସ୍କରଣରେ ୨ଟି ଶତକ ମାରିଛନ୍ତି।

ଗିଲ୍ ଗୋଟିଏ ସିଜିନରେ ୮୦୦ କିମ୍ବା ସେଥିରୁ ଅଧିକ ରନ କରିବାରେ ଦ୍ଵିତୀୟ ଭାରତୀୟ ଖେଳାଳି ହୋଇଛନ୍ତି। କୋହଲି ୨୦୧୬ରେ ୯୭୩ ରନ କରିଥିଲେ। ଏହା ବ୍ୟତୀତ ଗିଲ୍ ପୂର୍ବତନ ବ୍ୟାଟର ବୀରେନ୍ଦ୍ର ସେହ୍ଵାଗଙ୍କ ଏକ ବଡ଼ ରେକର୍ଡ ଧ୍ଵସ୍ତ କରିଛନ୍ତି। ସେ ଆଇପିଏଲ୍‌ ପ୍ଲେଅଫରେ ସବୁଠୁ ବଡ଼ ଇନିଂସ ଖେଳିବାର ରେକର୍ଡ କରିଛନ୍ତି। ସେହ୍ଵାଗ ୨୦୧୪ ପ୍ଲେ ଅଫରେ ଚେନ୍ନାଇ ସୁପର କିଙ୍ଗ୍ସ ବିରୋଧରେ ୧୨୨ ରନର ଇନିଂସ ଖେଳିଥିଲେ।

ଆଇପିଏଲ୍‌ରେ ଭାରତୀୟ ଖେଳାଳିଙ୍କ ଦ୍ଵାରା ସର୍ବୋଚ୍ଚ ସ୍କୋର କରିବାରେ ଗିଲ୍ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ଆଗରେ କେବଳ କେଏଲ ରାହୁଲ ଅଛନ୍ତି, ଯିଏ ୧୩୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଅନ୍ୟପଟେ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ଏବଂ ମୂରଲୀ ବିଜୟ କ୍ରମଶଃ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି। ପନ୍ତ ଅପରାଜିତ ୧୨୮ ରନ ଏବଂ ମୂରଲୀ ୧୨୭ ରନର ଇନିଂସ ଖେଳିଥିଲେ।

   Related Posts