ବରଫ ଚଟାଣଠାରୁ ଭାଙ୍ଗି ଅଲଗା ହେଲା ବିଶାଳ ହିମଖଣ୍ଡ, ଆକାର ଗ୍ରେଟର ଲଣ୍ଡନ ସହ ସମାନ

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: ବ୍ରିଟେନର ହେଲି ରିସର୍ଚ୍ଚ ଷ୍ଟେସନ ନିକଟରେ ଆଣ୍ଟାର୍କଟିକାରେ ବରଫ ଚଟାଣରୁ ଗ୍ରେଟର ଲଣ୍ଡନ ଆକାରର ଏକ ବିଶାଳ ହିମଖଣ୍ଡ ଭାଙ୍ଗି ଅଲଗା ହୋଇଛି । ନ୍ୟାସନାଲ ଜିଓଗ୍ରାଫିକ ଅନୁସାରେ ହିମଖଣ୍ଡ ବରଫର ଏହ ବିଶାଳ ଖଣ୍ଡ ହୋଇଥାଏ ଯାହା ଗ୍ଲାସିୟରଠାରୁ କାଲଭିଂ ନାମକ ପ୍ରକ୍ରିୟାରେ ଅଲଗା ହୋଇଥାଏ ।

ବିଶାଳ ହିମଖଣ୍ଡର ଆକାର ପ୍ରାୟ ୬୦୦ ବର୍ଗ ମାଇଲ୍ (୧୫୫୦ ବର୍ଗ କିଲୋମିଟର) । ରବିବାର ୪୯୨ ଫୁଟ ମୋଟା (୧୫୦ ମିଟର) ବ୍ରଣ୍ଟ ବରଫ ଚଟାଣାରୁ ଅଲଗା ହୋଇଯାଇଛି । ତେବେ, ଅନୁମାନର ବିପରୀତରେ ଏହି ଘଟଣା ଜଳବାୟ ପରିବର୍ତ୍ତନ ସହ ଜଡିତ ନୁହେଁ । ବ୍ରିଟିଶ ଆଣ୍ଟାର୍କଟିକ ସର୍ଭେକ୍ଷଣ (ବିଏଏସ)ର ଅନୁଧ୍ୟାନ ଅନୁସାରେ, କାଲଭିଂ ଘଟଣା ପୂର୍ବାନୁମିତ ଥିଲା ଏବଂ ବ୍ରଣ୍ଟ ବରଫ ଟଟଣାର ପ୍ରାକୃତିକ ବ୍ୟବହାରର ଏକ ଅଂଶ ଅଟେ । ବିଏଏସ, ରିସର୍ଚ୍ଚ ଷ୍ଟେସନରେ ପ୍ରତିଦିନ ବିଶାଳ ବରଫ ଚଟାଣର ସ୍ଥିତିର ନୀରିକ୍ଷଣ କରିଥାଏ ।

{"id":737152,"width":840,"height":472,"sizeSlug":"full","linkDestination":"none"}

ଦୁଇ ବର୍ଷ ଭିତରେ ଏହା ଦ୍ୱିତୀୟ ଘଟଣା, ଯେତେବେଳେ ବିଶାଳ ହିମଖଣ୍ଡ ବରଫ ଚଟାଣଠାରୁ ଅଲଗା ହୋଇଛି । ୨୦୨୧ ଫେବ୍ରୁଆରୀ A୭୪ର ନାମକ ୧୨୭୦ ବର୍ଗ କିଲୋମିଟରର ଏହି ହିମଖଣ୍ଡ ୧୫୦ ମିଟର ମୋଟା ବ୍ରଣ୍ଟ ବରଫ ଚଟାଣଠାରୁ ଅଲଗା ହୋଇଥିଲା । ବିଏଏସ କହିଛି ଯେ ନୂଆ ହିମଖଣ୍ଡ  A୭୪ଠାରୁ ବଡ଼ ରହିଛି । ୟୁଏସ ନ୍ୟାସନାଲ ଆଇସ ସେଣ୍ଟର ପକ୍ଷରୁ ଏହାର ନାମ କରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.