କେବେ ଦେଖିଛନ୍ତି ଏମିତି ବଡ ବେଙ୍ଗ ? ସାମ୍ନାକୁ ଆସିଲେ ହୋଇଯିବେ ଭୟଭୀତ…
15/09/2023 at 12:32 PM

ନୂଆଦିଲ୍ଲୀ ୧୫।୦୯: ବେଙ୍ଗ ଏକ ସାଧାରଣ ପ୍ରାଣୀ । ଯିଏକି ପ୍ରାୟ ସବୁ ସ୍ଥାନରେ ଦେଖିବାକୁ ମିଳନ୍ତି । କେତେବେଳେ ଡେଇଁ ଡେଇଁ ରାସ୍ତାରେ ପହଞ୍ଚ ଯାଆନ୍ତି ତ ଆଉ କେତେବେଳେ ଘରେ ମଧ୍ୟ ପଶି ଯାଆନ୍ତି । ଖାସ୍ କରି ବର୍ଷା ଦିନେ ବହୁତ ବଡ ବଡ ବେଙ୍ଗ ଦେଖିବାକୁ ମିଳନ୍ତି । କିନ୍ତୁ ଏତେ ବି ବଡ଼ ନୁହେଁ ଯେ ଲୋକମାନେ ଡରିଯିବେ । କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କୁ ଚିନ୍ତା ବଢାଇ ଦେଇଛି । ବାସ୍ତବରେ ଏହି ଭିଡିଓରେ ଏକ ବିରାଟ ବେଙ୍ଗ ଦେଖିବାକୁ ମିଳୁଛି । ଏପରି ବେଙ୍ଗକୁ କେବେ କେହି ଜୀବନରେ ବି ଦେଖିନଥିବେ ।

ଭାଇରାଲ୍ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଟେବୁଲ ଉପରେ ଏକ ବଡ଼ ବେଙ୍ଗ ରଖିଛନ୍ତି ଏବଂ ଏହା ବିଷୟରେ କହୁଛନ୍ତି । ଏହି ବେଙ୍ଗଟି ଟେବୁଲ ଉପରେ ମଧ୍ୟ ବୁଲୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ବ୍ୟକ୍ତି ଜଣକ ବେଙ୍ଗଟିର ବଡ ବଡ ଆଖି ବିଷୟରେ କହୁଛନ୍ତି । ଏମିତିକି ବେଙ୍ଗର ପାଦ କେତେ ବଡ଼ ନିଜ ହାତରେ ମାପୁଛନ୍ତି ଦେଖିପାରୁଥିବେ ବେଙ୍ଗର ଗୋଡ ବ୍ୟକ୍ତିଙ୍କ ହାତ ସହିତ ସମାନ ।
ଏଥିରୁ ଆପଣ ନିଶ୍ଚିତ ଜାଣିପାରୁଥିବେ ବେଙ୍ଗଟି କେତେ ବଡ ହୋଇଥିବ । ତେବେ ଏହି ଭିଡିଓଟିରେ ଥିବା ବେଙ୍ଗ ସତ କି ଏହାକୁ ଏଡିଟ୍ କରାଯାଇଛି ତାହା ଅସ୍ପଷ୍ଟ । କିନ୍ତୁ ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇନଷ୍ଟାଗ୍ରାମରେ thefishrook ନାମକ ଏକ ଆଇଡିରୁ ସେୟାର କରାଯାଇଛି । ଯାହା ଖବର ଲେଖାହେବା ଯାଏଁ ୧୦ ଲକ୍ଷରୁ ଅଧିକଥର ଦେଖାଯାଇଥିବା ବେଳେ ୪୫ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ୍ କରିଛନ୍ତି।

ଏହାବ୍ୟତୀତ ଭିଡିଓରେ ଏତେ ବଡ ବେଙ୍ଗ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି । କେହି କେହି ଏହି ବେଙ୍ଗକୁ କୁଲ୍ ବୋଲି କହିଥିବା ବେଳେ କେହି କେହି କହିଛନ୍ତି , ‘ବଡ ବଡ ଆଖିର ଏହି ବେଙ୍ଗକୁ ଦେଖି କେହି ଡରିଯାଇଛନ୍ତି କି ?’ ସେହିଭଳି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ ‘ମୁଁ ଆଜି ପର୍ଯ୍ୟନ୍ତ ଏତେ ବଡ ବେଙ୍ଗ ଦେଖିନାହିଁ’ । ସେହିପରି ଆଉ ଜଣେ ୟୁଜର୍ସ ମଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ ଏହାକୁ ଚାଇନାକୁ ଆମଦାନୀ କରିଦିଅନ୍ତୁ। ସେମାନେ ଏଥିପାଇଁ ଆରାମରେ ତ ୫ ଲକ୍ଷ ଟଙ୍କା ଦେଇଦେବେ।
You Can Read: