scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ବଲପୁରୀ ବସ୍ତ୍ରକୁ ମିଳିବ ଜିଆଇ ଟ୍ୟାଗ, ଆଇଆଇଏମ୍‌ରେ କେନ୍ଦ୍ର ବୟନଶିଳ୍ପ କମିଶନରଙ୍କ ଘୋଷଣା

24/07/2023 at 10:45 AM

Sambaluri clothes

ସମ୍ୱଲପୁର ୨୪/୦୭: ସମ୍ବଲପୁରୀ ବସ୍ତ୍ର ସାରା ବିଶ୍ବକୁ ବ୍ୟାପି ସାରିଛି । ଏହାର ଆକର୍ଷଣୀୟ ଡିଜାଇନ ହିଁ ଏହାକୁ ଲୋକପ୍ରିୟ କରିପାରିଛି । ତେବେ, ଏହାକୁ ଜିଆଇ ଟ୍ୟାଗ୍ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ନିଆଯାଉଛି ବୋଲି କେନ୍ଦ୍ର ବୟନଶିଳ୍ପ କମିଶନର ରୂପ୍ ରାଶି ସୂଚନା ଦେଇଛନ୍ତି ।

ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଅନୁଷ୍ଠିତ କ୍ଷୁଦ୍ର ବ୍ୟବସାୟ ପରିଚାଳନା ତାଲିମ ଶିବିରର ଉଦଯାପନୀ ଉତ୍ସବରେ ଯୋଗଦେଇ ରୂପା ଏଭଳି ସୂଚନା ଦେଇଛନ୍ତି । ଆଇଆଇଏମ ସମ୍ବଲପୁର ପକ୍ଷରୁ ଚାଲିଥିବା କ୍ଷୁଦ୍ର ବ୍ୟବସାୟ ତାଲିମ ଶିବିର ଗତକାଲି ଉଦଯାପିତ ହୋଇଯାଇଛି । ନିର୍ଦ୍ଦେଶକ ପ୍ରଫେସର ମହାଦେଓ ପ୍ରସାଦ ଜୟୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୂପ୍ ସମ୍ବଲପୁରୀ ବସ୍ତ୍ରର ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ ।

ଏହାକୁ ଜିଆଇ ଟ୍ୟାଗ୍ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇସାରିଛି । ଜିଆଇ ଟ୍ୟାଗ୍ ଦ୍ବାରା ବୁଣାକାରଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ଲାଭାନ୍ୱିତ ହୋଇପାରିବେ ବୋଲି ସେ ପ୍ରକାଶ କରିଥିଲେ।

you can also read…

   Related Posts