ଭଞ୍ଜନଗର ୧୩।୧୧: ଦୀର୍ଘ ଦିନର ନୀରବତା ପରେ ପୁଣି ଆଦିବାସୀ ମାନଙ୍କ ମେଳି ଦେଖିବାକୁ ମିଳିଛି । ଘୁମୁସର ଆଦିବାସୀ ସମନ୍ୱୟ ସମିତି ପକ୍ଷରୁ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ସଲପତଇଲା ଗ୍ରାମଠାରେ ବାର୍ଷିକ ଉତ୍ସବ ପାଳନ ବାହାନାରେ କନ୍ଧମାଳ, ନୟାଗଡ ଏବଂ ଘୁମୁସର ଆଦିବାସୀମାନେ ଏକତ୍ରିତ ହୋଇଥିଲେ, କୋକୋଳବା ଗ୍ରାମଠାରୁ ପ୍ରାୟ ୩ କି.ମି. ଦୂର ପର୍ଯ୍ୟନ୍ତ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଏକ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଞ୍ଚିଥିଲେ ।
ଆଦିବାସୀ ନେତା, ଲମ୍ବୋଦର କଅଁରଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପରେ ଆଲୋଚନା ହୋଇଥିଲା, ଆଦିବାସୀ ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତା ମାନେ ଆଦିବାସୀଙ୍କ ଅଧିକାର ଓ ଉନ୍ନତି, ସରକାରୀ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ । ଜଙ୍ଗଲ ଜମି ଅଧିକାର ଉପରେ ମଧ୍ୟ ଆଲୋଚନା ହେବା ସହ ଘୁମୁସର ଅଂଚଳରେ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା, ମିଶନ ଶକ୍ତି ଗୃହ ଏବଂ ଆଦିବାସୀ ବହୁଳ ସ୍ଥାନରେ, ସଂରକ୍ଷିତ ଉପରେ ଗୁରୁତ୍ବ ଦିଆଯାଇଥିଲା ଏବଂ ଅଞ୍ଚଳରେ ଆଦିବାସୀ ଉପରେ ଯେପରି କୌଣସି ଜୁଲମ୍କୁ ବରଦାସ୍ତ କରାଯିବନାହିଁ ବୋଲି ଅତିଥିମାନେ କହିଥିଲେ l
You Can Read :
wp:embed {"url":"https://www.prameyanews7.com/police-seized-cattle-laden-containers-in-anandapur-of-keonjhar/","type":"wp-embed","providerNameSlug":"prameya-news-7"}