ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

କଂଗ୍ରେସ ନେତା ଜୟରାମ ରମେଶଙ୍କୁ ୨ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଲେ ଗୁଲାମ ନବୀ ଆଜାଦ

26/02/2023 at 3:59 PM

ଶ୍ରୀନଗର: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ମାନହାନୀ ନେଇ ଲିଗାଲ୍ ନୋଟିସ୍ ପଠାଇଲେ  ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟି(ଡିଡିଏପି) ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ।

ଜୟରାମ ରମେଶ ତାଙ୍କୁ, ଗୁଲାମ, ମୀର ଜାଫର ଓ ଭୋଟର କଟର କହିଥିବାରୁ ଗୁଲାମନବୀ ଆଜାଦ ତାଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି। ଆଜାଦଙ୍କ ଆଇନ ପରାମର୍ଶଦାତା ନରେଶ କୁମାର ଗୁପ୍ତା ଏହି ନୋଟି୍ସ ପଠାଇଛନ୍ତି। ଆଜାଦଙ୍କ ନିର୍ମଳଭାବ ମୂର୍ତ୍ତୀକୁ ବଦନାମ କରିବାକୁ ଚେଷ୍ଟା କରିଥିବାରୁ ନୋଟିସ୍‌ରେ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି।

ଆଜାଦ୍ ପଠାଇଥିବା ନୋଟିସ୍‌ରେ କୁହାଯାଇଛି ” ଶ୍ରୀ ଯୁକ୍ତ ଜୟରାମ ରମେଶ ଆପଣ ଆଜାଦଙ୍କୁ ଜାତୀୟ ସ୍ତରରେ ମିଳିଥିବା ମାନ ସମ୍ମାନ ଓ ବଢ଼ୁଥିବା ପ୍ରତିଷ୍ଠାକୁ ଅପମାନିତ କରିବା ଓ ତାଙ୍କୁ କ୍ଷତି ପହଞ୍ଚାଇବାକୁ ମଉକା ଖୋଜୁଥାନ୍ତି। ଆଜାଦଙ୍କୁ ପଦ୍ମଭୂଷଣ ମିଳିବା ପରେ ଆପଣ ବ୍ୟବହାର କରିଥିବା ଗୁଲାମମ ଶବ୍ଦ ବ୍ୟବହାର କରି ତାଙ୍କୁ ହୀନ ଦେଖାଇବାକୁ ଚେଷ୍ଟା କରିଛନ୍ତି।”

ଗୁଲାମ ଶବ୍ଦକୁ ଆପଣ ଭୃତ୍ୟ ଆକାରରେ ଦର୍ଶାଇଛନ୍ତି। ଲୋକଙ୍କ ସାମ୍ନାରେ ନେତାଙ୍କୁ ବଦନାମ କରିବାକୁ ଜାଣିଶୁଣି ଆପଣ ଏମିତି କରିଛନ୍ତି ବୋଲି ନୋଟିସ୍‌ରେ କୁହାଯାଇଛି। ରମେଶଙ୍କର ଏହି ମନ୍ତବ୍ୟକୁ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୫୦୦ ଅନୁସାରେ ଏକ ଅପମାନ ବୋଲି ଧରାଯିବ। ତେଣୁ ସେ କ୍ଷତିପୂରଣ ରାଶି ଦେବାକୁ ଉତ୍ତରାଦାୟୀ ବୋଲି ନୋଟିସ୍‌ରେ କୁହାଯାଇଛି।    

ମୀର ଜାଫର ସେତେବେଳର ବଙ୍ଗଦେଶର ଶାସକ ସିରାଜ ଉଦ୍ ଦୌଲାଙ୍କ ସେନାପତି ଥିଲେ। ହେଲେ ପଲାସୀ ଯୁଦ୍ଧରେ ସେ ସିରାଜଙ୍କୁ ଧୋକା ଦେଇ ଭାରତରେ ବ୍ରିଟିଶ ସରକାରଙ୍କ ପ୍ରବେଶରେ ସହଯୋଗ କରିଥିଲେ। ସେବେଠାରୁ ତାଙ୍କୁ ଧୋକାବାଜ ବୋଲି କୁହାଯାଉଛି।  

ଏଥିପାଇଁ ରମେଶ ଆଜାଦଙ୍କୁ ପ୍ରିଣ୍ଟ ମିଡିଆ ଓ ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ନିସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଗୁପ୍ତା ଉପଦେଶ ଦେଇଛନ୍ତି। ନୋଟିସ୍ ପାଇବାର ଦୁଇ ସପ୍ତାହ ଭିତରେ କ୍ଷମା ମାଗିବାକୁ ନୋଟିସ୍‌ରେ କୁହାଯାଇଛି।

   Related Posts