ଗୁଲାମ ନବୀ ଆଜାଦ କହିଲେ, କାଶ୍ମୀର ପଣ୍ଡିତଙ୍କୁ ଜାମ୍ମୁକୁ ସ୍ଥାନାନ୍ତର କର ଯେପର୍ଯ୍ୟନ୍ତ…
26/12/2022 at 1:40 PM

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପଣ୍ଡିତମାନଙ୍କୁ ନେଇ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ଆଜାଦ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦ। ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କାଶ୍ମୀର ପଣ୍ଡିତମାନଙ୍କୁ ଅସ୍ଥାୟୀ ଭାବେ ଜାମ୍ମୁକୁ ସ୍ଥାନାନ୍ତର କରାଯାଉ ବୋଲି ସେ କହିଛନ୍ତି।
କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ସେ କହିଛନ୍ତି ଯେ ଚାକିରି ଠାରୁ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ସରକାର କାଶ୍ମୀର ପଣ୍ଡିତଙ୍କୁ ଜାମ୍ମୁକୁ ସ୍ଥାନାନ୍ତରିତ କରିବା ଉଚିତ୍। ଯଦି ଆମ ଦଳ ସରକାର ଗଠନ କଲା ତେବେ ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଆମେ ସେମାନଙ୍କୁ ଜାମ୍ମୁ ସ୍ଥାନାନ୍ତରିତ କରିବୁ ବୋଲି ଶ୍ରୀ ଆଜାଦ କହିଛନ୍ତି।
ଜାମ୍ମୁକୁ ସ୍ଥାନାନ୍ତର ହେବା ନେଇ ନିକଟରେ କାଶ୍ମୀର ପଣ୍ଡିତମାନେ ଧାରଣା ଦେଇଥିଲେ। ଜବାବରେ ଉପରାଜ୍ୟପାଳ ମନୋଜ ସିହ୍ନା ସେମାନଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି ସେମାନେ କାମରେ ଯୋଗ ନ ଦିଅନ୍ତି ତେବେ ଦରମା ଦିଆଯିବ ନାହିଁ। ଯାହାକୁ ନେଇ କାଶ୍ମୀର ପଣ୍ଡିତଙ୍କ ବିରୋଧରେ ଅସନ୍ତୋଷ ଦେଖାଦେଇଥିଲା।
ହେଲେ ପ୍ରବାସୀ କାଶ୍ମୀର ପଣ୍ଡିତଙ୍କ କହିବା କଥା ହେଲା ସେମାନଙ୍କୁ ବାରମ୍ବାର ଧମକ ମିଳୁଛି। ତେଣୁ ଆମେ କାମରେ ଯୋଗ ଦେଇପାରିବୁ ନାହିଁ । ଆମକୁ ଜାମ୍ମୁକୁ ସ୍ଥାନାନ୍ତର କର ବୋଲି ସେମାନେ ଦାବି କରିଥିଲେ।
ସୂଚନା ଥାଉକି ଗତବର୍ଷ ଅକ୍ଟୋବର ମାସ ଠାରୁ ଜାମ୍ମୁ-କାଶ୍ମୀରରେ ଟାର୍ଗେଟ୍ କିଲଂ ହେଇ ଆସୁଛି। ଅମକାଶ୍ମରୀ ବାସିନ୍ଦା ଓ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀଙ୍କ ଶିକାର ହେଉଛନ୍ତି। ଏହା ପଛରେ ହିଜବୁଲ ମୁଜାହିଦ୍ଦୀନ ଓ ଅନ୍ୟ ଆତଙ୍କୀ ସଂଗଠନର ହାତ ରହିଛି। ତେବେ ଘଟଣାକୁ ରୋକିବାକୁ ପୂରା ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ଓ ରାଜ୍ୟର ବଡ଼ ବଡ଼ ତଦନ୍ତକାରୀ ସଂସ୍ଥା କାମରେ ଲାଗିଛନ୍ତି।