କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ, ସୋନିଆ ଗାନ୍ଧିଙ୍କୁ ପଠାଇଲେ ୫ ଫର୍ଦ୍ଦର ଇସ୍ତଫାପତ୍ର

Published By : Prameya-News7 Bureau | August 26, 2022 IST

ନୂଆଦିଲ୍ଲୀ ୨୬/୦୮: କଂଗ୍ରେସ ଛାଡିଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ବିଦ୍ଧିବଧ ଭାବେ କଂଗ୍ରେସରୁ ଦେଇଛନ୍ତି ଇସ୍ତଫା । ଗୁଲାମ ନବୀ ଆଜାଦ ଦଳର ପ୍ରାଥମିକ ସଦସ୍ୟତାରୁ ଆରମ୍ଭ କରି ସମସ୍ତ ପଦରୁ ଦେଇଛନ୍ତି ଇସ୍ତଫା । ଆଜାଦ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ ଲେଖିଛନ୍ତି ଯେ ମୁଁ ଅତ୍ୟନ୍ତ ଦୁଃଖିତ ।

wp:html /wp:html

ଅତ୍ୟନ୍ତ ଭାବପ୍ରବଣ ସହ ମୁଁ ଭାରତୀୟ ଜାତୀୟ ଦଳରୁ ଦୀର୍ଘଦିନର ସଂପର୍କକୁ ଛିନ୍ନ କରୁଛି । ଦୀର୍ଘ ଦିନ ଧରି କଂଗ୍ରେସ ଉପରେ ଗୁଲାମ ନବୀ ଆଜାଦ ଖପ୍ପା ଥିଲେ । ଏପରିକି ସେ ଜି-୨୩ ଦଳରେ ମଧ୍ୟ ସାମିଲ ନଥିଲେ । ଜି-୨୩ ଦଳ କ୍ରମାଗତ ଭାବରେ କଂଗ୍ରେସରେ ଅନେକ ପରିବର୍ତ୍ତନ କରିଥିଲେ ।

ଏହାପୂର୍ବରୁ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା କପିଲ ସିବଲ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ରାଜ୍ୟସଭାକୁ ପଠାଇିଛି ସପା । ପ୍ରଚାର କମିଟିର ସଭାପତି ହେବାର ଘଣ୍ଟାରେ ପରେ ଅଭିଯାନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ ଦଳ ଉପରେ ନାଖୁସ ଥିବା ସ୍ପଷ୍ଟ ବାରି ହୋଇପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.